ଆଜି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ରେ ସାଇକେଲ ର ବ୍ୟବହାର ଅଧିକ ହୋଇଥାଏ ।ଏହାର ସୁଯୋଗ ନେଇ ବଡ ବଡ ବ୍ରାଣ୍ଡ କମ୍ପାନୀ ଟାୟାର ଓ ଟିୟୁ ବାହାର କରିଥାନ୍ତି କିନ୍ତୁ କିଛି ନକଲି ବ୍ୟବସାୟୀ ଏହି ବ୍ରାଣ୍ଡକୁ ବ୍ୟବହାର କରି ଅସାଧୁ ଉପାୟରେ ନକଲି ଜିନିଷ ବଜାରକୁ ଛାଡନ୍ତି ଯାହା ସାଧାରଣ ଲୋକଟିକୁ ହଇରାଣ ରେ ପକାଇଥାଏ।କଟକ ଜଗତପୁର ଅଞ୍ଚଳରେ କ୍ଷୀର ,ସକ୍ସ,ସିମେଣ୍ଟ ଭଳି ଜିନିଷ ନକଲି କମ୍ପାନୀ ଠାବ ହୋଇଥିଲା ବେଳେ ଆଜି ଏକ ନକଲି ଟାୟାର ଓ ଟିୟୁ କମ୍ପାନୀ ଉପରେ ଜଗତପୁର ପୋଲିସ ଚଢାଉ କରି ବହୁ ନକଲି ଟାୟାର ଓ ଟିୟୁ ଜବତ କରିଛି।ହିନ୍ଦୁସ୍ତାନ ବ୍ରାଣ୍ଡ କୁ ନେଇ ଏହି ନକଲି ବ୍ୟବସାୟୀ ଉତ୍କଳ ଡିଷ୍ଟ୍ରିବିୟୁଟର କମ୍ପାନୀ ନାମରେ ବ୍ୟବସାୟ ଚଳାଉଥିଲେ।ହିନ୍ଦୁସ୍ତାନ ଟାୟାର କମ୍ପାନୀ ର ଅଭିଯୋଗ ପରେ ଜଗତପୁର ପୋଲିସ ଚଢାଉକରି କମ୍ପାନୀ କୁ ସିଲ କରିବା ସହିତ ବହୁ ଟାୟାର ଓ ଟିୟୁ ଜବତ କରିଛି ଓ କମ୍ପାନୀର ମାଲିକ କୁ ପୋଲିସ ଥାନାକୁ ଆଣି ପଚରାଉଚରା ଚଳାଇଛନ୍ତି।
କଟକ ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।

Leave a Reply

Your email address will not be published. Required fields are marked *