ବର୍ଦ୍ଧିତ ଭର୍ତ୍ତାପାଇଁ ଗଣବିକ୍ଷୋଭ ଚଳିତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଶାସନ କ୍ଷମତା କୁ ଆସିଲେ ବାର୍ଦ୍ଧକ୍ୟ ଭର୍ତ୍ତା ୧୦୦ ଟଙ୍କା ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଦଳ ନିର୍ବାଚନ ଜିତି ସରକାରକୁ ଆସିବାପରେ କ୍ୟାବିନେଟ୍ ରେ କେବଳ ୮୦ ବର୍ଷରୁ ଅଧିକ ବୃଦ୍ଧ ଓ ବୃଦ୍ଧା ମାନଙ୍କର ଭର୍ତ୍ତର ପରିମାଣ ୩୫୦୦ କୁ କରାଇଥିଲେ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଇନାହିଁ କିନ୍ତୁ ସରକାରଙ୍କର ପ୍ରତିଶୃତି ଥିଲା ସମସ୍ତ ଭର୍ତ୍ତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖା ମାସିକ ଭର୍ତ୍ତା ପ୍ରଦାନ ନିମନ୍ତେ କିନ୍ତୁ ଏପର୍ଯ୍ୟନ୍ତ ସରକାର ଦେଇଥିବା ପ୍ରତିଶୃତି ପାଳନ କରିନଥିବାରୁ ଆଜି କୋରେଇ ବ୍ଲକ୍ ସମ୍ମୁଖରେ ଭର୍ତ୍ତ ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ବରିଷ୍ଠ ଶ୍ରମିକ ନେତା ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଭର୍ତ୍ତାଧିକାରି ଏକତ୍ରିତ ହୋଇ ବର୍ଦ୍ଧିତ ଭର୍ତ୍ତା ପ୍ରାପ୍ତି ନିମନ୍ତେ ନାରାବାଜି ସହିତ ସରକାରଙ୍କ ନିକଟକୁ ବିଡିଓ ଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ।
କୋରେଇ ରୁ ସଞ୍ଜୟ ନାୟକଙ୍କ ରିପୋର୍ଟ୍ ଟାଇମ୍ସ ଅଫ୍ କଳିଙ୍ଗ