କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରାଜସ୍ୱ ନିରୀକ୍ଷକ ଙ୍କ ଅଧୀନରେ ଥିବା ଫୋଇରିପାଣି ଗ୍ରାମର ଧନୁ ମାଝୀ ଙ୍କ ଘରେ ନିଆଁ ଲାଗି ଯାବତୀୟ ଜିନିଷ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି, ଯୋଗ୍ୟ ସୂଚନା କିଯେ, ଧନୁ ମାଝୀ ଏକ କୁଳିମଜୁରିଆ ତଥା ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଏକ ଚାଲ ଛପର ଘରେ ୭ ପରିବାର ବସବାସ କରି ରହି ଆସୁଥିଲେ,ପରିବାର ସମସ୍ତେ ବିଳ କାମରେ ଯାଇଥିବା ସମୟରେ ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଛି,ଖବର ପାଇ ଗ୍ରାମବାସୀ ଙ୍କ ସହାୟତା ରେ ନିଆଁ କୁ ଆୟତ କରିଥିଲେ,ଧନୁ ମାଝୀ ଙ୍କ ସ୍ତ୍ରୀ ମାଳତୀ ମାଝୀ ଙ୍କ ପ୍ରତିକ୍ରିୟା ଅନୁସାରେ ତାଙ୍କର ଝିଅ ଚନ୍ଦ୍ର କାନ୍ତି ମାଝୀ ଗତ ବର୍ଷ ଦଶମ ଶ୍ରେଣୀରେ ଉଥିର୍ଣ୍ଣ ହୋଇଥିବା ବେଳେ ଅର୍ଥର ଅଭାବରୁ ଉଚ୍ଚ ଶିକ୍ଷା ପାଇଁ ବଞ୍ଚିତ ରହିଗଲେ, ଆସନ୍ତା ବର୍ଷ କୌଣସି ବିଦ୍ୟାଳୟରେ ନାମ ଲେଖାଇ ପାଠ ପଡିବା ପାଇଁ ଆଗ୍ରହୀତ ଥିବାବେଳେ ଦୁର୍ଭାଗ୍ୟର କଥା କିଯେ ସେହି ଝିଅର ସାର୍ଟିଫିକେଟ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାରୁ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି,କୁଳିମଜୁରୀ କରି ସଂଚୟ କରିଥିବା ଧାନ, ଚାଉଳ ସମେତ ଘର ଚଳଣି ପଦାର୍ଥ ସହ ମୋବାଇଲ, ଟିଭି ବାସନ କୁସନ ଶୀତ ବସ୍ତ୍ର ସମେତ ପରିଶ୍ରମ କରି ରଖିଥିବା ପାଞ୍ଚ ହଜାର ଟଙ୍କା ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇ ପାଉଁଶ ହୋଇ ଯାଇଛି,ଗରିବ ଶ୍ରେଣୀର ପରିବାର ଭାବରେ ଚିହ୍ନଟ ହୋଇ ପାଇଥିବା ରେସନ କାର୍ଡ ଏବଂ ଜବ କାର୍ଡ ସମସ୍ତଙ୍କର ଆଧାର କାର୍ଡ ମଧ୍ୟ ପୋଡ଼ିଯାଇଥିବାରୁ ପରିବାର ର ସମସ୍ତ ସଦସ୍ୟ ମୁଣ୍ଡରେ ହାତ ରଖି ଚିନ୍ତାରେ ବସିଛନ୍ତି, ଏ ଅସହାୟ ପରିବାରକୁ ସରକାର ଙ୍କ ଆନୁକୂଲ୍ୟରୁ ସହାୟତା ମିଳିବା ପାଇଁ ଗ୍ରାମର ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ ସହ ଗ୍ରାମର ଜନସାଧାରଣ ଅଭିଯୋଗ କରିଛନ୍ତି l କଲା଼ହାଣ୍ଡି ଜିଲ୍ଲା ଧର୍ମ ଗଡ଼ ଉପଖଣ୍ଡ ରୁ ପିତାମ୍ବର ବେହେରା ଙ୍କ କଳିଙ୍ଗ ଟିଭି