ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ନେତ୍ର ଚିକିତ୍ସାଲୟ ୨0ତମ ବାର୍ଷିକ ଉତ୍ସବ ରେ ବିଜେପି ବିଧାୟକ ଦଳ ର ମୁଖ୍ୟ ସଚେତକ ସରୋଜ ପଧାନ ଯୋଗଦେଇ ଏହା ଚକ୍ଷୁ ଚିକିତ୍ସା କ୍ଷେତ୍ର ରେ ମାଇଲ ଖୁଣ୍ଟ ବୋଲି ପ୍ରକାଶ କରିଥିଲେ l ୨00୫ ଠାରୁ ଆରମ୍ଭ କରି ମତିଆ ବିନ୍ଦୁ ଅସ୍ତ୍ର ପ୍ରଚାର ରେ ୧ ଲକ୍ଷ ୫0ହଜାର ରୋଗୀ ଙ୍କୁ ଚିକିତ୍ସିତ କରାଯାଇଛି l ଉକ୍ତ ବାର୍ଷିକ ଉତ୍ସବ ରେ ଲେପ୍ରା ମହାନଦୀ ନେତ୍ର ଚିକିତ୍ସାଲୟ ର ସଭାପତି ଜଗଦିଶ ପଧାନ, ଡ଼କ୍ଟର ପ୍ରଭା ଦେଶକନ l ସିଡିଏମ ପ୍ରଦୀପ କୁମାର ଗୁରୁ, ସି ଇ ଓ ପ୍ରଶାନ୍ତ କୁମାର ନାଏକ, ଶୟମ୍ଭୁ ନାଥ ଖଣ୍ଡଗିରି, ସଞ୍ଜୟ ପଣ୍ଡା, ଡାକ୍ତର ଦେବେନ୍ଦ୍ର ସାହୁ, ଜୁହାର ର ନିର୍ଦେଶକ ପ୍ରଦୀପ କୁମାର ପଣ୍ଡା,ପ୍ରମୁଖ ମଞ୍ଚାସିନ ହୋଇଥିଲେ,ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ପାଇଁ ସେବା ବଲାଙ୍ଗୀର, ମାହେଶ୍ୱରୀ ସେନା, ସିଆ ପରିବାର, ବୁଢାରଜା ଯୁବସଂଗଠନ, ଆଶା ପ୍ରଭୁତି ଙ୍କୁ ସମର୍ଦ୍ଧନା ଦିଆଯାଇଥିଲା l ଶେଷରେ ଏକ ମନଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମହିଷାସୁର ବଧ, ଓ ରେକର୍ଡ ଡ୍ୟାନ୍ସ ମହାନଦୀ ନେତ୍ର ଚିକିତ୍ସାଲୟ କର୍ମଚାରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇ ଯାଇଥିଲା l ଡ଼କ୍ଟର ବିଭୁ ରଞ୍ଜନ ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ସୁବର୍ଣ୍ଣପୁର ରୁ କିଶୋର ହୋତା ଙ୍କ ରିପୋର୍ଟ ଦି ଟାଇମ୍ସ ଅଫ କଳିଙ୍ଗ l