ଆଜି ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଶରଣକୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସତୀ ସୁରମା ପାଢୀ, ମାନ୍ୟବର ବାଚସ୍ପତି ଓଡ଼ିଶା, ମୁଖ୍ୟ ବକ୍ତା ଭାବେ ଡଃ ସମ୍ବିତ ପାତ୍ର,ମାନ୍ୟବର ସାଂସଦ ପୁରୀ, ଯୋଗଦାନ କରିଥିବା ବେଳେ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ସମାଜସେବୀ ଲିଙ୍କନ ସୁବୁଦ୍ଧି,ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ବରେ ପରିଚାଳିତ ସଭାରେ ସମ୍ପାଦକ ପ୍ରଫୁଲ୍ଲ କୁମାର ପ୍ରଧାନ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ହେବା ସହିତ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବକୁ ନେଇ ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଗ୍ରାମାଞ୍ଚଳରେ ଶିକ୍ଷାଦାନ ଲାଗି ଏହିଭଳି ଏକ ଅନୁଷ୍ଠାନକୁ ସଠିକ ରୂପରେଖ ଦେଇଥିବାରୁ ଆୟୋଜକ ତଥା ଗୁରୁଜୀ ଗୁରୁ ମା’ଙ୍କ ପ୍ରଶଂସା କରିବା ସହିତ ଶିଶୁ ବିଦ୍ୟାମନ୍ଦିରର ଆବଶ୍ୟକ ଭିତ୍ତିଭୂମୀ ବିକାଶ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ। ପରେ ପରେ ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟର ବାର୍ଷିକ ମୁଖପାତ୍ର “ଗିର୍ବାଣୀ”ଉନ୍ମୋଚନ କରାଯାଇଥିଲା। ପରେ ପରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ପ୍ରତ୍ୟେକ ଶ୍ରେଣୀ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଓ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ କୃତିତ୍ବ ହାସଲ କରିଥିବା କୃତି ଶିକ୍ଷାର୍ଥୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶେଷରେ ବିକ୍ରମ କେଶରୀ ସତଗଜ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ଶେଷରେ ସୁଶାନ୍ତ ଗୁରୁଜୀଙ୍କ ନିର୍ଦ୍ଦେଶନାରେ ନାରୀ ସୁରକ୍ଷା ଉପରେ ଆଧାରିତ ଏକ ସଚେତନାତ୍ମକ ନାଟକ ମଞ୍ଚସ୍ଥ କରିଯିବା ସହିତ ମନୋରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରୁ ସଂଗ୍ରାମ କେଶରୀ ମହାନ୍ତି ଙ୍କ ରିପୋର୍ଟ୍ ଟାଇମ୍ସ ଅଫ କଳିଙ୍ଗ

Leave a Reply

Your email address will not be published. Required fields are marked *