ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଗାଁ ରେ ଜଣେ ଚାଷୀ(ବିବେକାନନ୍ଦ ପଧାନ) 1.5 ଏକର ଜମି ରେ ଧାନ ଚାଷ କରିଥିଲେ । ଧାନ ରେ ପୋକ ଲାଗିବାରୁ କୀଟନାଶକ ଔଷଧ ଦୋକାନ କୁ ଯାଇ କୀଟନାଶକ ଆଣି ତାକୁ ବିଳରେ ସିଞ୍ଚନ କରିଥିଲେ । କିଛି ଦିନ ଗଲାପରେ ଧାନ ସମ୍ପୂର୍ଣ୍ଣ ଖରାପ ହୋଇ ସାରିଛି । ପରେ ଦୋକାନୀ କୁ ଯାଇ କହିବାରୁ ଓଲଟା ନିଜେ ଅଲଗା କୀଟନାଶକ ସିଞ୍ଚନ କରିଥିବ, ତମେ ଯାହା କରିବ କର ମୁ କିଛି କ୍ଷତିପୂରଣ ଦେବି ନାହିଁ ବୋଲି କହି ଆମକୁ ଏଡ଼ାଇ ଦେଉଛି ବୋଲି ଚାଷୀ କହିଛନ୍ତି । ଏ ନେଇ ଚାଷୀ ନିକଟସ୍ଥ ସରପଞ୍ଚ, ଥାନା, ତହସିଲଦାର ଏବଂ ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ପରେ ରାଜସ୍ବ ନିରୀକ୍ଷକ ବିଲକୁ ପରିଦର୍ଶନ କରିବା ପାଇଁ ଆସିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ରାମପୁର ରୁ ପ୍ରତାପ କର୍ଣ୍ଣ ଙ୍କ ରିପୋର୍ଟ Times Of Kalinga