ବେତନରୁ ଅର୍ଥ କାଟିବା ନେଇ କେନ୍ଦୁଝର ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ୨୨ଦଫା ପୂରଣ ନେଇ ଡି ଏମ୍ ଅଫ୍.ଏଲ ଏଣ୍ତ କେ ସର୍ଭିସ ପ୍ରାଇଭେଟ ଲିମିଟେଡ ସଂସ୍ଥାକୁ ଦାବିପତ୍ର ପ୍ରଦାନ କରାଯାଇଛି।ପ୍ରକାଶଯେ’୧୫,୦୭,୨୦୨୨ ଠାରୁ କେନ୍ଦୁଝର ଜିଲ୍ଲା ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜରେ ଠିକା କାର୍ଯ୍ୟ ନେଇଥିବା ଏହି ସଂସ୍ଥା ବେଆଇନ ଭାବରେ ୫ଶହ ଟଙ୍କା ରୁ ଉର୍ଦ୍ଧ୍ବ ଓ ଡିଡକ୍ସନ ବାବଦରେ ୫୦୦ ରୁ ୭୦୦ ଟଙ୍କା ପ୍ରତ୍ୟେକ ମାସ ଶ୍ରମିକ ମାନଙ୍କ ବେତନରୁ କାଟୁଥିଵା ଶ୍ରମିକମାନେ ଅଭିଯୋଗ କରିଛନ୍ତି।ଏନେଇ ବହୁବାର ଲିଖିତ ଜଣାଇଥିଲେହେଁ ଜାଣିଶୁଣି ଶ୍ରମିକ ମାନଙ୍କୁ ଭୟଭୀତ କରାଇ ପ୍ରତେକ ମାସ ବେତନରୁ ଟଙ୍କା କାଟା ଯାଉଥିବା ଜଣାପଡିଛି।ତେବେ ୨ବର୍ଷରୁ ଉର୍ଦ୍ଧ ହେଲାଣି ଯେଉଁ ଟଙ୍କା କାଟୁଛନ୍ତି ଶ୍ରମିକ ମାନଙ୍କୁ ତୁରନ୍ତ ଫେରାଇବା ସହିତ ସଂଘ ସହ କରାଯାଇ ଥିବା ଚୁକ୍ତିନାମା କୁ କାର୍ଯ୍ୟକାରୀ କରାଯାଇ ଓଡିଶା ସରକାରଙ୍କ ସହ କରିଥିବା ଚୁକ୍ତିନାମା ଅନୁଯାଇ କୌଣସି ଶ୍ରମିକ ମାନଙ୍କୁ ବେତନ ଦେଉନାହାନ୍ତି କି ସରକାରଙ୍କ ବଦ୍ଧିତ ୧୨୦ ଟଙ୍କା ମଧ୍ୟ ଦେଉ ନାହାନ୍ତି।ଶ୍ରମିକ ମାନଙ୍କର ଇପିଏଫ ଓ ଇଏସଆଇ କାର୍ଯ୍ୟ କରାଯାଉନାହିଁ।ଏଣୁ ତୁରନ୍ତ ଏହି ଦିଗରେ କୈାଣସି ପଦକ୍ଷେପ ନନେବାରୁ ଆଜି ଠାରୁ କାର୍ଯ୍ୟବନ୍ଦ କରି ମୁଖ୍ୟ ଚିକିତ୍ସାଶିକାରୀ କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦୁଝର ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘ ସଭାପତି ଉମାକାନ୍ତ ଦାସ,ସହସଂମ୍ପାଦକ ରୀମାରାଣୀ ବାରିକ ସମେତ କର୍ମଚାରୀଗଣ ଦାବିପତ୍ର ଦେଇଥିଲ।ଏହାଛଡା ମୁଖ୍ୟ ମନ୍ତ୍ରୀ,ସ୍ବାସ୍ଥ୍ୟ ମନ୍ତ୍ରୀ,ସ୍ବାସ୍ଥ୍ୟ ସଚିବ,ଶ୍ରମ କମିଶନର,କେନ୍ଦୁଝର ଜିଲ୍ଲାପାଳ,ଜିଲ୍ଲା ଶ୍ରମ ଆୟୁକ୍ତ,ଜିଲ୍ଲା ଶ୍ରମ ଅଧିକାରୀ,ଆରକ୍ଷୀ ଅଧ୍ୟକ୍ଷକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଅଧ୍ୟକ୍ଷକ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ,ଅଧ୍ୟକ୍ଷକ ଉପଖଣ୍ଡ ଜିଲ୍ଲା ହସ୍ପିଟାଲ ଚମ୍ପୁଆ,ଅଧ୍ୟକ୍ଷକ ଉପଖଣ୍ଡ ଜିଲ୍ଲା ହସ୍ପିଟାଲ ଆନନ୍ଦପୁର,ଟାଉନ ଥାନା ଅଧିକାରୀ ଙ୍କୁ ଦେଇଛନ୍ତି। ବାଇଟ୍ (୩) ଆଉଟ୍ ସର୍ଷିଂ କର୍ମଚାରୀ