ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା ଏକାଧାରରେ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ବ୍ୟଙ୍ଗକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ଜୀବନବାଦୀ ଲେଖକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ l ସେ ଥିଲେ ଆଶାବାଦର ପ୍ରଥମ ଭାଷ୍ୟକାର ଓ ଦେଶପ୍ରେମର ମହାନ ଭାବତପସ୍ବୀ ବୋଲି କବିଙ୍କ ଜନ୍ମପୀଠ ତାଳପଦା ଠାରେ ଅନୁଷ୍ଠିତ କାନ୍ତକବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତପୋଷଣ କରିଛନ୍ତି lଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାନ୍ତକବି ସ୍ମୃତି ପରିଷଦ, ତିହିଡି ବିଷୁବ ସାମ୍ମୁଖ୍ୟ ,ଏବଂ ପିରହାଟର ପ୍ରଦେଶ ସେବା ସଂଘଠନ ସହଯୋଗରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଏକାଡେମୀର ପ୍ରାକ୍ତନ ସଦସ୍ୟ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଭାରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସ୍ତମ୍ଭକାର ଅଭୟ ଦ୍ବିବେଦୀ , ବାରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହ, ସମ୍ନାନିତ ଅତିଥିଭାବେ କବି ଦୀନବନ୍ଧୁ ପତି, କାନ୍ତକବି ସ୍ମୃତି ପରିଷଦର ସଭାପତି ଚିନ୍ତାମଣି ଦାସ, ସମ୍ପାଦକ ବାଣିକଲ୍ୟାଣ ମହାପାତ୍ର,ତିହିଡି ବିଷୁବ ସମ୍ମୁଖ୍ୟର ସମ୍ପାଦକ ରଘୁନାଥ ପାତ୍ର, ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ ଯୋଗଦେଇ କାନ୍ତକବି ପାଇଁ ଏମାଟି ଗର୍ବିତ ବୋଲି କହିଥିଲେ । l ଏକାଡେମୀର ପ୍ରାକ୍ତନ ସଦସ୍ୟ ତଥା ଶିବାନୀ ପତ୍ରିକା ସମ୍ପାଦକ ପୂର୍ଣଚନ୍ଦ୍ର ବହଳୀ ସ୍ୱାଗତ ଭାଷଣ ପ୍ରଦାନକରିଥିଲେ। ପ୍ରାରମ୍ଭରେ ଶ୍ରୀଗଣେଶ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ରମେଶ ବେହେରା ଓ ଛାତ୍ରଛାତ୍ରୀମାନେ ବନ୍ଦେଉତ୍କଳ ଜନନୀ ଓ କାନ୍ତକବିଙ୍କ ରଚିତ ସଂଗୀତ ଗାନ କରିଥିଲେ।ଏହି ଅବସରରେ ବିଭୁତିଭୂଷଣ ଗ୍ରହାଚାର୍ଯ୍ୟ, ରବି କୁମାର ମହାନ୍ତି, ମୁକୁନ୍ଦଦେବ ନାୟକ
କୈଳାସ ବେହେରା, ପୁଷ୍ପାଞ୍ଜଳି ତ୍ରିପାଠୀ, ଅମୁଲ୍ୟ ସେନାପତି,ସୁବ୍ରତ ମିଶ୍ର, ଗୋଲୋକ ପ୍ରସାଦ ବୈୟାରୀ., ଦେବେନ୍ଦ୍ର ମହାଳିକ, ସୁଧାକର ଧନୀ,,ବୈକୁଣ୍ଠନାଥ ଓଝା , ଆଶୁତୋଷ କରଣ,ପ୍ରମୁଖ ୨୦ରୁ ଅଧିକ କବି କବିତା ପାଠ କରିଥିଲେ l କବି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା।ଶେଷରେ ଶିକ୍ଷକ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣକରିଥିଲେ । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ,ତିହିଡି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ,ଏଏସଆଇ ଲକ୍ଷ୍ମଣ ମାରାଣ୍ଡି, ତାଳପଦା ମାଣିକଲାଲ ମହିଳା ମହାବିଦ୍ୟାଳୟର ଛାତ୍ରୀ, ପ୍ରଦେଶ ସେବା ସଙ୍ଗଠନ,ସୁନୀଲ ରାଉତ ଓ ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନେ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ । କାନ୍ତକବି ସ୍ମୃତି ପରିଷଦ ପକ୍ଷରୁ ସମସ୍ତ କାର୍ଯ୍ୟକତ୍ରା ସହଯୋଗ କରିଥିଲେ। Report Tukuna tarai ଚାନ୍ଦବାଲି, ତା 09,12,24 Times of kalinga