ଓଡିଶାର ଅନେକ ଯାଗାର ଏମିତି ପର୍ଯ୍ୟଟନ ସ୍ଥଳ ରହିଛି ତାହା କୌଣସିପ୍ରକାର କାରଣ ରୁ ଲୋକଲୋଚନ କୁ ଆସିପାରିନାହିଁ। ସେଥି ମଧ୍ଯରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଭତ୍ରାଯୋର ଡେମ ଅନ୍ଯ ତମ । ଜୁନାଗଡ ସହର ଠାରୁ ଅଳ୍ପ କିଛି କିଲୋମିଟର ଯାତ୍ରା କଳାପରେ ଏହି ଭତ୍ରାଯୋର ଡେମରେ ପହଞ୍ଚି ହୁଏ । ଏହି ଡେମ ର ବିଷେଷତ୍ବ ହେଉଛି ସୁରକ୍ଷିତ ଭାବେ ସୁଳଭ ମୁଲ୍ଯରେ ବୋଟିଙ୍ଗ ର ସୁବିଧା, ବିଦେଶୀ ପକ୍ଷୀମାନଙ୍କ ଆଗମନ, ସୌନ୍ଦର୍ଯ୍ୟ ଭରା ବଣ ପାହାଡର ସମାହାର, ବହୁ ସଂଖ୍ୟକ ପର୍ଯ୍ୟଟକ ମାନଙ୍କୁ ଟାଣି ଆଣିଥାଏ ଏହି ଅଞ୍ଚଳକୁ । ପର୍ଯ୍ୟଟକ ମାନଙ୍କ ପାଇଁ ଏହି ସ୍ଥାନ ଭଣଭୋଜି ପାଇଁ ଉପଯୁକ୍ତ ସ୍ଥାନ ପାଳଟିଛି । ପର୍ଯ୍ୟଟକ ମାନଙ୍କ କହିବା ଅନୁସାରେ ଏହି ସ୍ଥାନ ରେ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ କାମ ବାକି ଅଛି । ସରକାର ଯଦି ଏହି ପର୍ଯ୍ୟଟନ ସ୍ଥଳ କୁ ଦୃଷ୍ଟିପାତ କରି ସୌନ୍ଦର୍ଯ୍ୟକରଣ କରିବା ପାଇଁ ସାହାଯ୍ଯ କରନ୍ତେ, ତାହେଲେ ଏଠି କାର ଜନସାଧାରଣ ରୋଜଗାର ସୁଯୋଗ ପାଇ ପାରନ୍ତେ।

Leave a Reply

Your email address will not be published. Required fields are marked *