କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି କନଫରେନ୍ସ ହଲ ପରିସରରେ ତହସିଲଦାର ସପନ କୁମାର ସାହୁଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଯାଇଅଛି। ଚଳିତ ଖରିଫ ବଜାର ବର୍ଷ ୨୦୨୪-୨୫ ଧାନ ମଣ୍ଡିକୁ ଧାନ ବିକ୍ରୟ ନିମନ୍ତେ ସରକାରଙ୍କ ଦ୍ଵାରା ଗୁଣାତ୍ମକ ଧାନର ସର୍ବନିମ୍ନ ସହାୟକ ନେଇ ବ୍ଲକ ସ୍ତରୀୟ ଧାନ ସଂଗ୍ରହ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ କୁକୁଡ଼ାଖଣ୍ତି ବିଡ଼ିଓ ଡ଼ାକ୍ତର ପଲ୍ଲବୀ ସ୍ୱାଇଁ, ଯୋଗାଣ ଅଧିକାରୀ ସୁଧାକର ମଲ୍ଲିକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଳକର ୧୯ ପାକ୍ସ ଓ ୭ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ଧାନ କ୍ରୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଧାନ ଅମଳ ପରେ ପଞ୍ଜିକୃତ ଚାଷୀଙ୍କ ସଂଗୃହିତ ଧାନ ପ୍ରଥମେ ମଣ୍ଡିକୁ ନିଆଯାଇ ନମୂନା ପରୀକ୍ଷଣ ପରେ ଏଫଏକ୍ୟୁ ଧାନକୁ ନିର୍ଦ୍ଧାରିତ ମିଲରଙ୍କ ପାଖକୁ ପଠାଯିବ ବୋଲି ଆଲୋଚନା କରାଯାଇଥିଲା । ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ଆଦାୟ କରୁଥିବା ଗୁଣାତ୍ମକମାନ ଧାନର ନେଇ ମିଲରଙ୍କ ଅଧିକାରୀମାନେ ବୁଝାଇଥିଲେ। ଏହି ବୈଠକରେ ସାଖା ସୁଜିତ କୁମାର, ରବିନ୍ଦ୍ର ମହାରଣା, ଭବାନୀ ଶଙ୍କର ବିଶ୍ୱାଳ, ତରୁଣ କୁମାର ପାତ୍ର, ସେବା ସମବାୟ ସମିତି ସେକ୍ରେଟାରୀ ମାନେ ହେଲେ ରମେଶ ଚନ୍ଦ୍ର ପ୍ରଧାନ, ନାରାୟଣ ଭୂୟାଁ, ସନ୍ତୋଷ କୁମାର ଡାକୁଆ, କାମନା ସେଠୀ, ବୃନ୍ଦାବନ କୁଠିଆ, ସନ୍ତୋଷ କୁମାର ସାହୁ, ସୁଧିର କୁମାର ଶତପଥୀ, ରାମଚନ୍ଦ୍ର ଗୌଡ଼, ଲକ୍ଷ୍ମୀ ଗୌଡ଼, ଅମର ନାୟକ, ବଟକୃଷ୍ଣ, ଅକ୍ଷୟ କୁମାର ଗୌଡ଼, ପ୍ରଭାତୀ ନାୟକ, ସରୋଜ କୁମାର ପାତ୍ର, ଭାଗ୍ୟବାନ ସାହୁ, ଦୀପକ କୁମାର ବିଷୋୟୀ , ସୂର୍ଯ୍ୟମୁଖୀ ସ୍ବୟଂ ସହାୟକ ଗୋଷ୍ଠୀ ମାଧୁରୀ ପାତ୍ରଙ୍କ ସମେତ ବହୁ ମିଲର ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ଜି. ରବିନ କୁମାର ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ

Leave a Reply

Your email address will not be published. Required fields are marked *