ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ ସ୍ତରିୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଗୁରୁବାର ଦିନ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର କୁକୁଡ଼ାଖଣ୍ତି ବ୍ଳକର ୨୨ ଗୋଟି ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ଏକ ହଜାରରୁ ଉର୍ଦ୍ଧ୍ବ ଉପସ୍ଥିତ ରହି ପଞ୍ଜିକୃତ କରିଥିଲେ । ଏହି ଅବସରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ାକ୍ତର ପଲ୍ଲବୀ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଶିବିରକୁ ଉଦଘାଟନ କରିବା ସହ ଭିନ୍ନକ୍ଷମ ମାନଙ୍କୁ ସୁବିଧା ପାଇଁ ବ୍ଲକ ପ୍ରଶାସନ ସଦାସର୍ବଦା କାର୍ଯ୍ୟକରିଵା ଉପରେ ନିଜର ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ତହସିଲଦାର ସପନ କୁମାର ସାହୁ,ବ୍ରହ୍ଣପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ,ଲାଠୀ ସରପଞ୍ଚ ରାଧାମୋହନ ସେଠୀ, ରୋହିଗାଁ ସରପଞ୍ଚ ବଶିଷ୍ଠ କୁମାର ଜେନା , ଲୋଚାପଡା ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ, ବଉଳଝୋଳି ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ବାଗଲଟି ସରପଞ୍ଚ ମାମି ସାସମଲ, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ଶିହଳା ସରପଞ୍ଚ, ଗୌରୀ ଗୌଡ଼, ବୋରିଗାଁ ସରପଞ୍ଚ ସସ୍ମିତା ସାହୁ, ସରପଞ୍ଚ ଅନିଲ କୁମାର ଗୌଡ଼ , ବାଲିପଡା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ , କୁକୁଡ଼ାଖଣ୍ତି ସରପଞ୍ଚ ପ୍ରତିନିଧି ଟୁକୁନା ସେଠୀ ,ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ସନାତନ ସଂଗ୍ରାମ ସିଂହ, ପି ଏସ ରଜନୀ କାନ୍ତ, ସୁବାସ ଗମାଙ୍ଗ, ଅହଲ୍ୟା ଭୋଇ, ଭବାନୀ ଶତପଥୀ, କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ପ୍ରଧାନ, ଗ୍ରା ପ ସୁପ୍ରଭା ସାହୁ, ନିହାରିକା ପଣ୍ଡା, ମନୋରଞ୍ଜନ ପାଣିଗ୍ରାହୀ, ସଞ୍ଜୟ କୁମାର ସୁବୁଦ୍ଧି, ଇନ୍ଦିରା ପ୍ରିୟଦର୍ଶିନୀ ମହାକୁଡ଼, ବିଷ୍ଣୁଚରଣ ସାହୁ , ଦିଲିପ କୁମାର ଓଡିଆ , ଅଶୋକ କୁମାର ପଟ୍ଟନାୟକ, ଏସ ରାଜେଶ କୁମାର ରାଓ, ବିଦୀପ୍ତ କୁମାର ତହଲ, ପ୍ରଶାନ୍ତ କୁମାର ବେହେରା, ଚିନ୍ମୟ ବେହେରା, ମହେଶ୍ୱର ବେହେରା, ମହେନ୍ଦ୍ର ମଲ୍ଲିକ, ସୁଦାମ ମଲ୍ଲିକ, ସୁଚିତ୍ରା ପାତ୍ର, ସୁବାସିନୀ ପାଳ, ପୁଷ୍ପାଞ୍ଜଳି ପାତ୍ର , ବିପିଏମ ସଞ୍ଜୁ ସାହୁ, ପ୍ରଫୁଲ୍ଲ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଭିନ୍ନକ୍ଷମ ବ୍ୟବସ୍ଥା କେନ୍ଦ୍ର ଓ ରାଜ୍ୟ ସରକାର କୁ ବିଭିନ୍ନ ଯୋଜନା, ଭିନ୍ନ କ୍ଷମ ମାନଙ୍କୁ ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ, ଓ ଭିନ୍ନକ୍ଷମ କୁ ବିବାହ ପ୍ରଶାସନ ରାଶି ଉପରେ ଆଲୋକ ପାତ କରିଥିଲେ । ଉକ୍ତ ଶିବିର ରେ ସର୍ବ ମୋଟ ୪୫୬ ଜଣ ଭିନ୍ନକ୍ଷମ ପଞ୍ଜିକୃତ କରିଥିବା ବେଳେ ନାସା,କର୍ଣ୍ଣ, ଆଖି, ଅନ୍ୟାନ୍ୟ ସମସ୍ୟା ଉପରେ ଡ଼ାକ୍ତର ପରାମର୍ଶ ଦେଇଥିଲେ । ଏହି ଅବସରରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ଙ୍କ ସହ ଧିରେନ୍ଦ୍ର ଗୌଡ଼ ଏବଂ ଅନିଲ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। I କୁକୁଡ଼ାଖଣ୍ତି ରୁ ଜି.ରବିନ କୁମାରଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ ।