ବାଲିଅନ୍ତା ପଞ୍ଚାୟତ ଅନ୍ତର୍ଗତ ରେ ବର୍ଷ ବର୍ଷ ଧରି ହୋଇଥିବା ଅଭିଯୋଗ କୁ ଆଧାର କରି ତିରଣପଦା, ଧମିଲୋ, କଞ୍ଚିଲୋ ଗ୍ରାମ ରେ ହୋଇ ଆସୁଥିବା ବେଆଇନ୍ କେନାଲ ବନ୍ଧ ରେ ରାସ୍ତା ଓ ପୋଲ କୁ ଆଜି ଜଳ ସମ୍ପଦ ବିଭାଗ ପକ୍ଷରୁ ଉଚ୍ଛେଦ କରାଯାଇଛି। ଗତ କିଛି ବର୍ଷ ହେଲା ଏହି କେନାଲ ବନ୍ଧ କୁ ବେଆଇନ୍ ଭାବେ ତାଡ଼ି ରାସ୍ତା କରି କିଛି ଜମି ମାଫିଆ ମାନେ ଜବର ଦଖଲ କରି ନେଇଥିଲେ କିନ୍ତୁ ଦୀର୍ଘ ବର୍ଷ ଜବର ଦଖଲ ଉପରେ ଆଜି ଜଳ ସମ୍ପଦ ବିଭାଗ ପକ୍ଷରୁ ଉଚ୍ଛେଦ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଦ୍ବାରା ତିରଣପଦା, ଧମିଲୋ, କଞ୍ଚିଲୋ, ବହୁ ଅଞ୍ଚଳ ବାସି ଚାଷ କୁ ନେଇ ଚିନ୍ତା ରେ ଥିବା ବେଳେ ଆଜି ଜଳ ସମ୍ପଦ ବିଭାଗ ପାଇଁ ଚାଷ ଜମିକୁ ପାଣି ନେବାରେ ସଫଳ ହୋଇଛନ୍ତି। ଅଞ୍ଚଳ ର ଚାଷୀ ମାନଙ୍କ କହିବା କଥା ଦୀର୍ଘ ଦିନ ଧରି ଅଭିଯୋଗ କରିବା ପରେ ଆଜି କେନାଲ ର ନବକଳେବର ହୋଇଛି। ଚାଷ କୁ ପ୍ରାଧାନ୍ୟ ଦେଇ ଚାଷୀ ମାନଙ୍କ ଅସୁବିଧା କୁ ସମାଧାନ କରିଥିବାରୁ ଅଞ୍ଚଳ ର ଅଧିବାସୀ ମାନେ ଜଳ ସମ୍ପଦ ବିଭାଗ ସହ, ବିଭlଗ ର ଉପବିଭାଜନ ଅଧିକାରୀ ଓ ଅନ୍ୟ ସମସ୍ତ ଉଚ୍ଚ ଅଧିକାରୀ ଙ୍କ ପ୍ରାଚୀ ଡ଼ିଭିଜନ ର କନିଷ୍ଠ ଯନ୍ତ୍ରୀ ଙ୍କୁ ବହୁତ୍ ଧନ୍ୟବାଦ୍ ଜଣାଇଥିଲେ ଓ ଦାବି କରିଥିଲେ ଯେମିତି ଆଗକୁ ଏହିପରି ସମସ୍ୟା ଯେମିତି ଦେଖିବାକୁ ନ ମିଳେ ଯଦି ଏହିପରି ସମସ୍ୟା ଦେଖିବାକୁ ମିଳେ ଆଗାମୀ ଦିନରେ ରାଜ ରାସ୍ତା କୁ ଓଲେହି ବାକୁ ପଛେଇବେ ନାହିଁ…
ବାଲିଅନ୍ତା ରୁ ଅନନ୍ତ ଭୋଇ ଙ୍କ ରିପୋର୍ଟ ଟାଇମ୍ସ ଅଫ କଳିଙ୍ଗ