ଯାଜପୁର ସୁରେନ୍ଦ୍ର ସାମଲ ଙ୍କ ରିପୋର୍ଟ ସୁକିନ୍ଦା କ୍ରୋମ୍ ଭ୍ୟାଲି ରେ ମାଲ୍ ପରିବହନକୁ ନେଇ ଚରୋଟି ଟ୍ରକ୍ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନମଧ୍ୟରେ ଆଲୋଚନା ବିଫଳ ହେବା ପରେ ଟ୍ରକ୍ ମାଲିକ ସଂଘ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ଧାରଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ନ ପହଞ୍ଚିବା ଯୋଗୁ ଟ୍ରକ୍ ମାଲିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ବଡଚଣା ବିଧାୟକ ଅମର ନାୟକ ଧାରଣା ସ୍ଥଳରେ ପହଞ୍ଚି ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ କର୍ମକର୍ତ୍ତା ଓ ଗାଡି ମାଲିକ ମାନଙ୍କୁ ନୈତିକ ସମର୍ଥନ ଦେବା ସହ ଜିଲ୍ଲା ପ୍ରଶାସନ ଉଚ୍ଚ ନ୍ୟାୟାଳୟ ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହିତ ସମାଧାନର ବାଟ ବାହାର କରି ବାକୁ ପରାମର୍ଶ ଦେଇଥିଲେ। ଆଜି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଧାରଣା ସ୍ଥଳରେ ପହଞ୍ଚି ଧାରଣା ରତ ଗlଡିମାଲିକ ଙ୍କ ସହିତ ଆଲେଚନା କରି ଆସନ୍ତା କାଲି ଧର୍ମଶାଳା ବିଧାୟକ,ବଡଚଣା ବିଧାୟକ ଓ କୋରେଇ ବିଧାୟକ ଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବା ସହିତ ଯେହେତୁ ଏହା ଯାଜପୁର ଜିଲ୍ଲାର ଏକ ସମ୍ବେଦନ ଶିଳ ସମସ୍ୟା ତେଣୁ ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହିତ ଆଲେଚନା କରି ଏହାର ସମାଧାନ ଦିଗରେ କାର୍ଯ୍ଯ କରାଯିବ ବୋଲି କହିବା ସହିତ ଟ୍ରକ୍ ମାଲିକମାନଙ୍କୁ ନୈତିକ ସମର୍ଥନ ଜଣାଇଥିଲେ। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ସଭାପତି ଓ ସଂପାଦକ ଜଣାଇ ଛନ୍ତି।