ଯାଜପୁର ରୁ ସୁରେନ୍ଦ୍ର ସାମଲ ଙ୍କ ରିପୋର୍ଟ,ବଡଚଣା,ଦିର୍ଘ ବର୍ଷ ହେବ ଚଣ୍ଡିଖୋଲ ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବା ପାଇଁ ଦାବୀ ହୋଇ ଆସୁଥିଲା।ସ୍ଥାନୀୟ ଅଂଚଳର ଲୋକଙ୍କ ରହିଥିବା ବିଭିନ୍ନ ମାଲି ମକଦ୍ଦମା ପାଇଁ ଯାଜପୁର ଯିବା ସହ ନାନାଦି ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ।ଚଣ୍ଡିଖୋଲ ବାର ଆସୋସିଏସନ ଅଧିନରେ କାର୍ଯ୍ୟରତ ସମସ୍ତ ଆଇନଜୀବୀ ମାନେ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ଓ ଉଚ୍ଚ ନ୍ୟାୟଳୟ ମୂଖ୍ୟ ବିଚାରପତିଙ୍କୁ ଏହି କୋର୍ଟ ଖୋଲିବା ନେଇ ନିବେଦନ କରିଥିଲେ।ବୁଧବାର ଦିନ ଆଭାସୀ ମାଧ୍ୟମରେ ଉଚ୍ଚନ୍ୟାୟଳୟ ମୂଖ୍ୟ ବିଚାରପତି ଚକ୍ରଧରୀ ଚରଣ ସିଂ ଉଦଘାଟନ କରିଥିଲେ।ଏହି ସମୟରେ ଉଚ୍ଚ ନ୍ୟାୟଳୟ ବିଚାରପତି ଅରିନ୍ଦମ ସିହ୍ନା,ଯାଜପୁର ଜିଲ୍ଲା ଜର୍ଜ ଅମୃତ ନନ୍ଦନ ନନ୍ଦ ,ଚଣ୍ଡିଖୋଲ ବରିଷ୍ଠ ବିଚାରପତି ବିଶ୍ୱ ଦୀପକ ସାହୁ,କନିଷ୍ଠ ବିଚାରପତି ପରବିନ ମଣ୍ଡଳ, ଶୃତି ଅଭିଳାଶା ଉପସ୍ଥିତ ଥିଲେ।ଆଭାସି ମାଧ୍ୟମରେ ନୂତନ କୋର୍ଟର ଉଦଘାଟନ ସମୟରେ ବାର ଆସୋସିଏସନ ସଭାପତି ଦେବରାଜ ବେହେରା,ସମ୍ପାଦକ ପ୍ରକାଶ ଦାଶ,ଉପସଭାପତି ଶ୍ରୀକାନ୍ତ ବଳ,ଯୁଗ୍ମ ସମ୍ପାଦକ ଶିରିସ ସାମଲ,କାର୍ଯ୍ୟ କାରିଣୀ ସଭ୍ୟ ସୁରେଶ ସାହାଣୀ, ପୂର୍ବତନ ସଭାପତି ଶରତ ଚନ୍ଦ୍ର ଶଢଙ୍ଗି,ଜନ ବେହେରା,ଉଦୟ ନାଥ ସାହୁ,ବରିଷ୍ଠ ଆଇନଜିବୀ କୈଳାଶ ସାମଲ,ପ୍ରତାପ ଦାଶ,ସୁରେଶ ପଣ୍ଡା,ପ୍ରେମାନନ୍ଦ ବେହେରା,ପ୍ରଦିପ୍ତ କର,ଶ୍ୟାମସୁନ୍ଦର ଦାଶ,ଜିତେନ ତ୍ରୀପାଠୀ,ମନିର ମହମ୍ମଦ,ସୁଦର୍ଶନ ଘଡାଇ,ବିଜୟ ରାଉଳ,ତରୁଣ ବିଶ୍ୱାଳ,ବିରେନ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ଥିଲେ।ପୂର୍ବରୁ ଯାଜପୁର ଜିଲ୍ଲା ମୂଖ୍ୟାଳୟରେ ଏହି ବିଚାର ବିଭାଗ ଅଦାଲତ ରହିଥିଲା।ବିଚାର ପାଇଁ ପୂର୍ବରୁ ରହିଥିବା ଫୌଜଦାରୀ ୪୫୩ ,ଦେୱାନୀ ୨୩୩ ସହ ଅନ୍ୟ ସମସ୍ତ ପ୍ରାୟ ଛଅ ଶହ ମକଦ୍ଦମା ଏହି ଅତିରିକ୍ତ ଜିଲ୍ଲା ଓ ଦ୍ୱୌରା ଜଜ ଅଦାଲତରେ ନୂତନ ବିଚାରପତି ଗୋପବନ୍ଧୁ ଗଡନାୟକଙ୍କ କୋର୍ଟରେ ବିଚାର ହେବ।ଏହି ଅଦାଲତ ଖୋଲିବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟ ମୂଖ୍ୟ ବିଚାରପତି ଚକ୍ରଧାରୀ ଚରଣ ସିଂ,ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ,ସ୍ଥାନୀୟ ବିଧାୟକ ଅମର ନାୟକଙ୍କୁ ଚଣ୍ଡିଖୋଲ ବାର ଆସୋସିଏସନ କର୍ମକର୍ତା ଓ ସମସ୍ତ ଆଇନଜିବୀ ମାନେ କୃତଞ୍ୟତା ଜଣାଇଛନ୍ତି।