ଚଳିତ ମାସ ତା-୧୯/୧ / ୨୦୨୫ ରିଖରେ ଖଡିପଦା ସ୍ଥିତ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ତାର ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରିସାରିଛି ।କାର୍ଯ୍ୟ କ୍ରମର ପରିଚାଳନା ଦାୟିତ୍ଵରେ ଶ୍ୟାମ ପ୍ରକାଶ ସେନାପତି ଏବଂ ନିବେଦିତା ମିଶ୍ର ଥିଲେ। ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ର ସଭାପତି ଶ୍ରୀମତୀ ସୁଚରିତା ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ , ଆଶ୍ରମର କିପରି ଉତ୍ତରୋତ୍ତର ଉନ୍ନତି ହେବ ସେଥିପ୍ରତି ସମସ୍ତ ଙ୍କ ର ଦୃଷ୍ଟି ଆକର୍ଷଣ କରିଥିଲେ,ଏହି କାର୍ଯ୍ୟକ୍ରମ କ୍ରମର ମୁଖ୍ୟ ଆକର୍ଷଣ ଥିଲା ଅନ୍ତେବାସୀ ମାଆ ମାନଙ୍କ ଦ୍ଵାରା ପରିବେଷିତ କ୍ଷୁଦ୍ର ନାଟକ ସଂକଳ୍ପ ର ସଂକଳ୍ପ । ଅତିଥି ମାନଙ୍କ ସମ୍ବର୍ଦ୍ଧନା ପରେ ,ବର୍ତ୍ତମାନ ସମାଜରେ କିପରି ବାପା ମାଆ ଅବହେଳିତ ଅବସ୍ଥାରେ କଷ୍ଟ ପାଇ ବୃଦ୍ଧାଶ୍ରମ ର ଆଶ୍ରୟ ନେଉଛନ୍ତି ସେଥିପ୍ରତି ଦୃଷ୍ଟି ପାତ କରାଇଥିଲେ ଅତିଥି ବୃନ୍ଦ।କୁନି କୁନି ପିଲାମାନଙ୍କର ସ୍ଵାଗତ ସଙ୍ଗୀତ ରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କର ମନ ମୋହି ନେଇଥିଲେ। ଏହି ପରିପ୍ରେକ୍ଷୀରେ ସଂକଳ୍ପ ଫାଉଣ୍ଡେସନ ଅନେକ ଗୁଡ଼ିଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ସମ୍ମାନିତ କରିଥିଲେ। ଅନୁଷ୍ଠାନ ର ଆହୁରି ଅନେକ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଲୋଭା କରିବା ସହିତ ପରିବେଶକୁ ମନମୁଗ୍ଧକର କରିପାରିଥିଲେ। ଶେଷରେ ନିବେଦିତା ମିଶ୍ର ଭଜନ ପରିବେଷଣ କରି ଧନ୍ୟବାଦ ଅର୍ପଣ କରିଥିଲେ।