କୁକୁଡ଼ାଖଣ୍ଡି ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମରେ ବସୁଧା ପାନୀୟ ଜଳ ଯୋଗାଣ ଟାଙ୍କି ବିପଦ ଜନକ ଅବସ୍ଥାରେ। ପାଣି ଟାଙ୍କି ତିଆରି ହେବା ଦିନଠୁ ଅଜିପର୍ଯ୍ୟନ୍ତ ସଫା ହୋଇନି । ଅପରିଷ୍କାର ପରିବେଶ ଓ ଗେଟ ୱାଲ୍ ଚାମ୍ୱର ମୁକୁଳା ଅବସ୍ଥାରେ । ଗ୍ରାମବାସୀଙ୍କ ଅଭିଯୋଗ କରିବାସତ୍ତ୍ୱେ ନିଆଯାଉନି କାର୍ଯ୍ୟାନୁଷ୍ଠାନ। ଅପରିଷ୍କାର ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ସରକାରୀ ଯୋଜନା ର ସଠିକ୍ ଭାବେ ସଞ୍ଚାଳନ ଓ ରକ୍ଷଣା ବେକ୍ଷଣ ଅଭାବରୁ ଏପରି ଅଭାବନିୟ ପରିସ୍ଥିତ ଦେଖାଦେଇଛି। ପାଚେରୀ ରେ ଗୋଟିଏବି କବାଟ ନଥିବାରୁ ଲୋକେ ସେହି ଜାଗାରେ ଝାଡ଼ା କରି ସ୍ଥାନକୁ ଅପରିଷ୍କାର କରୁଛନ୍ତି l ପାଣି ଟାଙ୍କି ଭିତରେ ସିଉଳି ଭାସୁଛି ଓ ଟାଙ୍କି ଫାଟି ପାଣି ଗଳୁଚି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଥି ପ୍ରତି ଦୃଷ୍ଟୀ ଦେଉ ନାହାନ୍ତି । ବିଦ୍ୟୁତ୍ ତାରସଂସ୍ପର୍ଶରେ ଆସି ୨ଟି ଗାଈ ଓ ୧ ଟି ବଳଦ ମୃତ୍ୟୁ ବରଣ କଲେଣି କିନ୍ତୁ ଟ୍ରଂସ୍ଫାର୍ମ ଖୁଣ୍ଟି ଚାରିପାଖ ପ୍ରାଚେରି ନାଇଁ । ଟାଟା ପାୱାର ର ଏପରି କାର୍ଯ୍ୟ କୁ ନେଇ ଗ୍ରାମ୍ୟ ଲୋକେ ଅନେକ ଅଭିଯୋଗ କରିବା ସତ୍ତ୍ବେ ଗୁହାରୀ ଶୁଣୁନାହାନ୍ତି ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ । ଲୋକ ଙ୍କ ଅଭିଯୋଗ ନ ଶୁଣିଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହାର କିପରି ସମାଧାନ ହେବ ତାହା ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମ୍ୟବାସି।