ଜାତୀୟ ମାନବ ଅଧିକାର ସାମୁଖ୍ୟ ଏବଂ ରେଡକ୍ରସ୍ ର ମିଳିତ ଆନୁକୁଲ୍ୟରେ ପତିତ ପାବନ ସେବା ସଂଗଠନ ପାଇକାଣ ଉପ୍ରା ବିଦ୍ୟାଳୟ କଟକ ଠାରେ ଆୟୋଜନ କରିଛି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଉକ୍ତ ଶିବିରରେ ପ୍ରାୟ ୫୦ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପତିତ ପାବନ ସେବା ସଙ୍ଗଠନ ର ଆହ୍ବାନ କ୍ରମେ ସ୍ଥାନୀୟ ଯୁବଗୋଷ୍ଠୀ , ଅନେକ ସ୍ବେଚ୍ଛାସେବୀ ସମାଜ ସେବକ ପାଇକାଣ ଗ୍ରାମବାସୀ ଏବଂ ଅଞ୍ଚଳବାସୀଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଜାତୀୟ ମାନବ ଅଧିକାର ସାମୁଖ୍ୟ ର ଅଧକ୍ଷ ଶ୍ରୀଯୁକ୍ତ ରମେଶ ଭାରତୀ, ରାଜ୍ୟ ସଂଯୋଜିକା ଶୁଭସ୍ମିତା
ଆଚାର୍ଯ୍ୟ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ । ପତିତ ପାବନ ସେବା ସଂଗଠନ ର କର୍ମକର୍ତ୍ତା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ
ରେଡକ୍ରସ ଓ ପତିତ ପାବନ ସେବା ସଂଗଠନ ଦ୍ଵାରା ରକ୍ତଦାତା ମାନଙ୍କୁ ” ପ୍ରାଣବନ୍ଧୁ” ସମ୍ମାନ ରେ ସମ୍ମାନିତ କରାଯାଇ ପ୍ରମାଣପତ୍ର ଓ ମାନପତ୍ର ଅର୍ପଣ କରାଯାଇ ଥିଲା ।
ସଙ୍ଗଠନର ସଭାପତି ନିରୁପମା ରାଉତ ଓ ସଂପାଦକ ଦେବାଶିଷ୍ ରାଉତ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କଟକ ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।