ଓଡ଼ିଶାର ନୂତନ ସରକାର ନୂତନ ବ୍ଲକ ପୁନର୍ଗଠନ ପାଇଁ ବିଧାନ ସଭା ରେ ପ୍ରସ୍ତାବ ଆଗତ ହେବାର ପ୍ରକାଶିତ ହେବାପରେ ଷୋଳପଦା ଅଞ୍ଚଳ କେନ୍ଦ୍ର ସ୍ଥଳ ଓ ବାଣିଜ୍ୟ କେନ୍ଦ୍ର ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଷୋଳପଦା ଅଞ୍ଚଳ ର ୧୦ ଗୋଟି ପଞ୍ଚାୟତ ର ସର୍ବ ଦଳୀୟ କର୍ମକର୍ତ୍ତା ସହିତ ବୁଦ୍ଧଜୀବୀ ମାନଙ୍କୁ ନେଇ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଘର କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଠାକୁରଗଡ଼ ନୂତନ ବ୍ଲକ କ୍ରିୟାନୁଷ୍ଠାନ କମିଟି ଚୟନ କରାଯାଇ ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ କମିଟି ସମେତ ଷୋଳପଦା ବାସୀ ଅହରହ ସଂଗ୍ରାମ ଜାରିରହିବ ବୋଲି ବୈଠକ ପ୍ରସ୍ତାବ ଗୃହୀତ ହୋଇଛି । ଆଠମଲ୍ଲିକ ର ଆମ୍ବସାରମୁଣ୍ଡା , ଠାକୁରଗଡ଼, କୃତିବାସପୁର, କୁରୁମୁଟାପ, ସାନହୁଲା, ପେଡିପଥର, ସାପଘରା, ପାଇକସାହି, ଟାପଢୋଲ, ମଇମୁରା, ପଞ୍ଚାୟତ ଥିବା ବେଳେ କିଶୋରନଗର ବ୍ଲକ ର ବିଲେଇନାଳି, ନୁନୁକାପଶି, ଗାଁ ବଇଣ୍ଡା, ଓ ଅନୁଗୋଳ ବ୍ଲକ ର ଅନ୍ତୁଳିଆ, ଟାଇଁଶି, କୋଠଭୁଁଇ, ପଞ୍ଚୟତ କୁ ନେଇ ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ସରକାରଙ୍କୁ କାର୍ଯ୍ୟକାରୀ ହେବା କୁ ଆଗତ ହୋଇଅଛି । ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଦୀର୍ଘ୍ ୩୦ ବର୍ଷ ରୁ ସରକାରଙ୍କ ନିକଟ ରେ ପ୍ରସ୍ତାବ ଆଗତ ହୋଇଅଛି । ଏଣୁ କରି ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ହେଲେ ୧୬ ଗୋଟି ଗ୍ରାମ ପଞ୍ଚାୟତ ର ଜନ ସାଧାରଣ ଉପକୃତ ହୋଇ ପାରିବ।