ମକର ସଂକ୍ରାନ୍ତି ପାଇଁ ବଡ଼ମ୍ବା ର ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ଥିବା ବାବାସିଂହ ନାଥଙ୍କ ପୀଠରେ ଲାଗିଛି ଶ୍ରଦ୍ଧା ମାନଙ୍କ ଜନ ସମାଗମ | ଆଜି ଦେଉଛି ପବିତ୍ର ମକର ସଂକ୍ରାନ୍ତି ସେଥିପାଇଁ କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ଙ୍କ ପୀଠରେ ଲାଗିଛି ଭକ୍ତ ଙ୍କ ଭିଡ଼ ମକର ସଂକ୍ରାନ୍ତି ପାଇଁ ପୀଠ ରେ ଚାଲିଛି ବାଲି ମକର ମେଳା। ୩ ଦିନ ଧର ଚାଲୁରହିବ ।ବାବା ଙ୍କ ଦର୍ଶନ ଟିକେ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ ବିଶ୍ଵାସ ରହିଛି ବାବା ଙ୍କ ପାଖରେ ଯାହା ମାନସିକ କଲେ ପୂରଣ ହୋଇଥାଏ ସେଥିପାଇଁ ଏହି ପୀଠର ମକର ସଂକ୍ରାନ୍ତି ରେ ହୁଏ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ଟି ବ୍ରିଜ ରେ ଆସି ଭକ୍ତମାନେ ଆସି ବାବାଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ଭୋର ୩ଟାରୁ ବାବାଙ୍କ ପହଡ଼ ଖୋଲାଯାଇ ନୀତିକାନ୍ତି ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଖୋଲା ପିଟାଯାଇଥିଲା ଭକ୍ତ ମାନେ ଧାଡ଼ି ରେ ଆସି ସୁରୁଖୁରୁରେ ଦର୍ଶକ କରୁଛନ୍ତି ଓ ବାବା ଙ୍କ କୃପା ଲାଭ କରୁଛନ୍ତି ବିଶ୍ଵାସ ରହିଛି ମକର ସଂକ୍ରାନ୍ତି ବାବା ସିଂହନାଥ ଙ୍କ ଦର୍ଶନ ମିଳିଲେ ସକଳ ରୋଗ ବ୍ୟାଧି ଦୂରହେବା ସହିତ ଭକ୍ତ ଙ୍କ ମାନସିକ ପୁରଣ ହୋଇଥାଏ ।ସେପଟେ ପୀଠ କୁ ଯାତାୟତ ପାଇଁ ମହାନଦୀ ରେ କରାଯାଇ ଥିବା ଅସ୍ଥାୟୀ ମାଟି ରାସ୍ତା ଟି ଧାଯ୍ୟ ସମୟ ଭିତରେ ତିଆରି ନ ହୋଇ ପାରିନଥିବାରୁ ବ୍ୟବସାୟ ମାନେ ନିଜର ବ୍ୟବସାୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ଓ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେପଟେ ପୀଠ ରେ ଜନସମାଗମ କୁ ଆଖି ଆଗରେ ରଖି ପୋଲିସକୁ ପ୍ରଶାସନ ତରଫରୁ ଟି ବ୍ରିଜ ରେ ଯାତାୟତ କୁ ବନ୍ଦ କରାଯାଇଛି ପୋଲିସ ପକ୍ଷରୁ ଟି ବ୍ରିଜ ରେ ବ୍ୟାରିକେଟ୍ କରାଯାଇ କିପରି ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିପାରିବେ ସେଥିପାଇଁ ବଡ଼ମ୍ବା ପ୍ରଶାସନ ଓ ପୋଲିସ ସାଙ୍ଗକୁ ଦମକଳବାହିନୀ ଓ ଓଡରାଫ୍ ଟିମ୍ ଓ ପାଞ୍ଚ ପ୍ଲାଟୋନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତିlଆଠଗଡ ଏଡିପିଓ ରବିନ୍ଦ୍ର ମଲ୍ମିକ

ବଡ଼ମ୍ବା ରୁ ମାନସ ସାହୁଙ୍କ ରିପୋର୍ଟ ଉତ୍କଳ ପ୍ରତିଦିନ ନ୍ୟୁଜ୍

Leave a Reply

Your email address will not be published. Required fields are marked *