ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ୧୭ ଟି ଗ୍ରାମ ପଞ୍ଚାୟତ ସ୍ତରରେ ମଙ୍ଗଳବାର ଦିନ ନୂତନ ମଧୁବାବୁ ଭତ୍ତା ଟଙ୍କା ବଣ୍ଟନ କରିଥିଲେ । କୁକୁଡ଼ାଖଣ୍ତି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ବଦ୍ଧିତ ଭତ୍ତା ଟଙ୍କା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୮୦ ବର୍ଷରୁ ଊର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁଦ୍ଧ ଭିନ୍ନକ୍ଷମ ହିତାଧୁକାରୀଙ୍କୁ ଭତ୍ତା ଆକାରରେ ୩୫୦୦ ଟଙ୍କାର ଅର୍ଥରାଶି ବଣ୍ଟନ କରିଥିଲେ । ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକ ସମସ୍ତ ସୁବିଧା ପାଇପାରିବେ ବୋଲି ଯୋଗଦେଇ ୨୬୫ ଜଣଙ୍କ ନୂତନ ମଧୁବାବୁ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ୱାଇଁ ସଭାପତିତ୍ବରେ ହିତାଧିକାରୀ ମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ରୂପେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ତହସିଲଦାର ସପନ କୁମାର ସାହୁ, ରୋହିଗାଁ ସରପଞ୍ଚ ବଶିଷ୍ଠ କୁମାର ଜେନା , ଲୋଚାପଡା ସରପଞ୍ଚ ଏଲ୍ ମୋହନ ଦାସ, ବଉଳଝୋଳି ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ମହୁଡା ସରପଞ୍ଚ ସୁଦଷ୍ଣା ସାହୁ, ଜଗଦଲପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ବାଘଲଟି ସରପଞ୍ଚ ମାମି ସାସମଲ, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ଶିହଳା ସରପଞ୍ଚ ଗୌରୀ ଗୌଡ଼, ସନାତନ ସଂଗ୍ରାମ ସିଂହ, ଲାଞ୍ଜିଆ ସରପଞ୍ଚ ଅନିଲ କୁମାର ଗୌଡ଼ ,ଡେଙ୍ଗାପଦର ସରପଞ୍ଚ ଲକ୍ଷ୍ମୀ ମହାଙ୍କୁଡ,ବାଲିପଡା ସରପଞ୍ଚ ଝିଲି ସେଠୀ , କୁକୁଡ଼ାଖଣ୍ତି ସରପଞ୍ଚ ବନ୍ଦନା ସେଠୀ , ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ମସିହାଖାଲି ସରପଞ୍ଚ କାପଲ ବୁଲୁ, ସମିତି ସଭ୍ୟା ପ୍ରତିନିଧି କୋଟି ଲକ୍ଷ୍ମୀ ନାରାୟଣ , ଆଙ୍କୁଶପୁର ସରପଞ୍ଚ ମୁରଲୀ ସେଠୀ, ଅନନ୍ତେଇ ସରପଞ୍ଚ ପୂର୍ଣ୍ଣବାସୀ ବିଶ୍ୱାଳ, ବସନ୍ତ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୧୭ଟି ଗ୍ରାମ ପଞ୍ଚାୟତ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ ବ୍ୟବସ୍ଥାରେ ଏହାସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ସମିତି ପକ୍ଷରୁ ବାଦ୍ଧକ୍ୟ ଭତ୍ତା, ବିଧାବା ଭତ୍ତା ଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି । ଏହି ଅବସରରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ଙ୍କ ସହ ଧିରେନ୍ଦ୍ର ଗୌଡ଼ ଏବଂ ଅନିଲ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେI

Leave a Reply

Your email address will not be published. Required fields are marked *