ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ,ଦୁଃଖର ସାଥୀ ପରିବାର ତରଫରୁ ବଡଚଣା ସ୍ଥିତ ମେ ଘର ବାଳାଶ୍ରମ ଠାରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି।
ଦୁଃଖର ସାଥୀ ପ୍ରତିଷ୍ଠାତା ସର୍ବେଶ୍ଵର ବାରିକ ଙ୍କ କହିବା ଅନୁଯାୟୀ ଆଜି ଆଲୋକର ପର୍ବ ଦୀପାବଳି ଟିକୁ ଆଜି କୋମଳ ମତି ଶିଶୁ ମାନଙ୍କ ମଧ୍ୟରେ ଏ ଖୁସିର ପର୍ବ ଟିକୁ ପାଳନ କରିବା ପାଇଁ ସଙ୍ଗଠନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ତେଣୁ

ସଙ୍ଗଠନ ଉପଦେଷ୍ଟା ଅରୁପାନନ୍ଦ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ସେକ୍ରେଟାରୀ ସନ୍ଦୀପ ଆନନ୍ଦ ଚୌଉଧୁରୀ ଓ ଟ୍ରେଜେରିୟର ପ୍ରିୟରଞ୍ଜନ ମାହାଲା ଙ୍କ ନେତୃତ୍ୱରେ ସଙ୍ଗଠନ ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ବଡଚଣା ସ୍ଥିତ ଆମ ଘର ବାଳା ଶ୍ରମ ରେ ପିଲା ମାନଙ୍କପାଖରେ ପହଁଚିବା ସହ ଛୁଆଙ୍କ ପାଇଁ କିଛି ଖାଦ୍ୟ ,ମହମବତୀ, ଚକୋଲେଟ୍ , ବିସ୍କୁଟ ପାଣିଓ ଖୁସି ପାଇଁ ବାଣ ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ପିଲା ମାନଙ୍କୁ ଖାଦ୍ୟ ଖାଇବା ପାଇଁ ଦିଆଗଲା ପରେ ସେମାନଙ୍କ ସହ ଦୁଃଖର ସାଥୀ ପରିବାର ର ସମସ୍ତ ସଦସ୍ୟ ବାଣ ଫୁଟାଇବା ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥିଲା। ଯାଜପୁର ରୁ ଜିଲ୍ଲା ପ୍ରତିନିଧି ସୁରେନ୍ଦ୍ର ସାମଲ ଙ୍କ ରିପୋର୍ଟ Times of Kalinga tv