ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ନିଜ ଜନ୍ମ ମାଟିରେ ମାଁ ଙ୍କ ସହ ପାରମ୍ପାରିକ କାଳୀ ପୂଜା କରିବେ ଓ ମାଁ ଙ୍କ ସହ ମିଶି ଦୀପ ଜାଳି ବାଣ ଫୁଟାଇ ମନାଇବେ କାଳୀ ପୂଜା ।
ମୋହନ ମାଝୀ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗ ଆସି ଅପରାହ୍ନ ୧.୧୫ ମିନିଟ ସମୟରେ ଆସି
କେନ୍ଦୁଝର ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପ ପହଁଚିଛନ୍ତି ଥିଲେ।ସେଠାରେ ସାଂସଦ, ପ୍ରଶାସନିକ ଅଧିକାରୀ,କର୍ମୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରୁ କେନ୍ଦୁଝର ସର୍କିଟ ହାଉସ କୁ ଯାଇ କିଛି ସମୟ ବିଶ୍ରାମ ନେବା ପରେ ତିନଟା ସମୟରେ ନିଜ ଜନ୍ମ ମାଟି ରାଇକଳା କୁ ଯିବେ । ସେଠାରେ ମାଁ ଓ ପରିବାର ଲୋକେ ଙ୍କ ସହ
କାଳୀପୂଜା ସହ ଅନ୍ୟ ପାରମ୍ପରିକ ପୂଜାରେ ଯୋଗଦେବାର କାଯ୍ୟକ୍ରମ ରହିଛି । ଏହା ପରେ ରାତି ୯ ସମୟରେ ସର୍କିଟ ହାଉସ ଫେରି ଆସି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପୁନର୍ବାର ସକାଳ ୯ ଟା ସମୟରେ ନିଜ ଜନ୍ମ ମାଟି ରାଇକଳା କୁ ଯାଇ ପରିବାର ଲୋକ ଓ ମା ଙ୍କ ସହ କିଛି ସମୟ ବିତାଇବା ପରେ ଦିନ ଚାରିଟା ସମୟରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି l