Thu. Nov 14th, 2024

ଧମକ ସତ୍ତ୍ୱେ ବିଗ୍ ବସ୍ ସୁଟିଂ କରିବେ ଦବଙ୍ଗ୍ ଖାନ୍ ।  ହାଇ ଆର୍ଲଟରେ ରହିବେ ୬୦ ଗାର୍ଡ

ଜୀବନ ପ୍ରତି ରହିଛି ଘୋର ବିପଦ । ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ ଚାଲିଛି ଲରେନ୍ସ ଗ୍ୟାଙ୍ଗ ।

ଜୀବନ ପ୍ରତି ରହିଛି ଘୋର ବିପଦ । ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ ଚାଲିଛି ଲରେନ୍ସ ଗ୍ୟାଙ୍ଗ । ଏବେ ପୁଣି ସଲମାନଙ୍କୁ ହତ୍ୟା କରିବାକୁ ମିଳିଛି ଧମକ । ସୁଟିଂ ସମୟରେ ୬୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ହାଇ ଆର୍ଲର୍ଟରେ ରଖାଯାଉଛି ।

କନକ ବ୍ୟୁରୋ: ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ପରେ ଧମକ ଦେଉଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ । ମାରିବାକୁ ଉଦ୍ୟମ ମଧ୍ୟ କରିଛି । ସଲମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏବେ ଜେଡ୍ ପ୍ଲସ୍ ସିକ୍ୟୁରିଟି ପ୍ରଦାନ କରାଯାଇଛି । କିନ୍ତୁ ସେ ତାଙ୍କର ସୁଟିଂ ବନ୍ଦ କରିନାହାଁନ୍ତି । ବିଗ୍ ବସ୍ ୧୮ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁଟିଂ କରିଛନ୍ତି ସଲମାନ । ସୁଟିଂ ସମୟରେ ୬୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ହାଇ ଆର୍ଲର୍ଟରେ ରଖାଯାଉଛି । ଯେଉଁମାନେ ସୁଟିଂ ସେଟରେ ପ୍ରବେଶ କରୁଛନ୍ତି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ ହେଉଛି । ସେପଟେ ପୁଣି ସଲମାନଙ୍କୁ ହତ୍ୟା କରିବାକୁ ମିଳିଛି ଧମକ । ମୁମ୍ବାଇ ଟ୍ରାଫିକ୍‌ ପୁଲିସ ନିକଟକୁ ସଲମାନ ଖାନ୍‌ଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ମିଳିଛି । ହ୍ୱାଟସଆପ୍‌ରେ ଆସିଥିବା ଏହି ମେସେଜ ନେଇ ତର୍ଜମା କରୁଛି ମୁମ୍ବାଇ ପୁଲିସ । 

  • ସଲମାନଙ୍କୁ ୫ କୋଟି ଦେବାକୁ ଦାବି
  • ନଚେତ୍ ସିଦ୍ଦିକିଙ୍କଠୁ ଭୟଙ୍କର ହତ୍ୟା ଧମକ

ସଲମାନଙ୍କୁ ମିଳିଥିବା ନୁଆ ଧମକ ମେସେଜରେ ସେମାନେ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି । ମେସେଜରେ ଲେଖାଯାଇଛି, “ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ୫ କୋଟି ଟଙ୍କା ଦିଅନ୍ତୁ । ନଚେତ୍ ବାବା ସିଦ୍ଦିକିଙ୍କ ଠାରୁ ବି ତାଙ୍କ ଅବସ୍ଥା ଖରାପ ହେବ ।” ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି । ସେପଟେ ମୁମ୍ବାଇ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ସଲମାନଙ୍କୁ ତାଙ୍କ ପାନଭେଲ୍‌ ସ୍ଥିତ ଫାର୍ମହାଉସ୍‌ ନିକଟରେ ହତ୍ୟା ପାଇଁ ଯୋଜନା କରାଯାଇଥିବା ଉଲେଖ କରିଛି । ସଲମାନଙ୍କୁ ହତ୍ୟା ପାଇଁ ୨୫ଲକ୍ଷ ଟଙ୍କା ସୁପାରୀ ଦେଇଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌  ଏପ୍ରିଲ୍‌ ୨୦୨୩ରୁ ଏପ୍ରିଲ୍‌ ୨୦୨୪ ମଧ୍ୟରେ ହତ୍ୟା କରିବାକୁ ଯୋଜନା ହୋଇଥିଲା ।

ଏଥିପାଇଁ ୬୦ରୁ ୭୦ ଜଣ ୧୮ ବର୍ଷରୁ କମ୍‌ ବୟସର କିଶୋରଙ୍କୁ ଯୋଗାଡ଼ କରାଯାଇଥିଲା । ଏହି କିଶୋରମାନେ ପୁଣେ, ରାଇଗଡ଼, ନଭି ମୁମ୍ବାଇ, ଥାଣେ ଓ ଗୁଜରାଟରେ ନିୟୋଜିତ ଥିଲେ । ଜୀବନ ପ୍ରତି ବିପଦ ବଢୁଥିବାରୁ ସୁରକ୍ଷା ବଢାଇବା ସହ ଆଉ ଏକ ନୂଆ ବୁଲେଟ ପ୍ରୁଫ୍ କାର କିଣିବେ ଭାଇଜାନ। ଦୁବାଇରୁ ନିସାନ ପେଟ୍ରୋଲ ବୁଲେଟପ୍ରୁଫ୍ କାଚ ଥିବା କାର କଣିବେ ବୋଲି ସୂଚନା ମିଳିଛି । ଯେଉଁଥିରେ ବମ ଆର୍ଲଟ ସେନସର ସହ ଅନ୍ୟାନ୍ୟ ଅତ୍ୟାଧୁନିକ ଫିଚର ରହିବ । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ