ସବୁ ବର୍ଷ ଭଳି ଚଳିତ ବର୍ଷ ବଡଦିନ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ୟୁରୋ୍ପିୟାନ ଢାଞ୍ଚା ର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି ।ଭାରତ ର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ । ଏଥିରେ ବିଭିନ୍ନ ଥିମ କୁ ନେଇ ବାଲୁକା କଳା ମାନ କରାଯାଇଛି ।ପ୍ରଥମ ବାଲୁକା କଳା ରେ ବଡ଼ ଦିନ ଉପଲକ୍ଷେ ମଦର୍ ମେରି ଏବଂ ପ୍ରଭୁ ଯୀଶୁ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ବାଲୁକା ମୂର୍ତ୍ତି ରେ world peace ର ବାର୍ତ୍ତା ଦିଆଯାଇଛି ।
ଦ୍ୱିତୀୟ ବାଲୁକା କଳାରେ ସେ ପ୍ରକୃତି ସୁରକ୍ଷା ଭିତ୍ତିକ ବାଲୁକା କଳା ନିର୍ମାଣ କରି SAVE Environment ର ବାର୍ତ୍ତା ଦେଇ ଏକ ସୁନ୍ଦର ପ୍ରକୃତି ରାଣୀ ଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ପରିବେଶ କୁ ସୁରକ୍ଷା ପ୍ରଦାନ କରିବା ଆମ ସମସ୍ତ ଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ ପରିବେଶ ସୁରକ୍ଷା ରହିଲେ ଜନ ଜୀବନ ସାରା ସଂସାର ସୁନ୍ଦର ପରିବେଶ ରେ ଜୀବନ ଯାପନ କରିପାରିବ । ପରିବେଶ କୁ ନଷ୍ଟ ନ କରି ପରିବେଶ କୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତ କୁ ସୁଦୃଢ କରନ୍ତୁ ର ବାର୍ତ୍ତା ଦେଇଛନ୍ତି ଏବଂ ତୃତୀୟ ବାଲୁକା କଳାଟି ସମୁଦ୍ର ରାଜା ଙ୍କ ଚିତ୍ରଣ କରିଛନ୍ତି । ସମୁଦ୍ର କୁ ସୁରକ୍ଷିତ ରଖିବା ଆମ ଜୀବନ ର ମୂଳ ମନ୍ତ୍ର ହେବା ଦରକାର ।ସମୁଦ୍ର ରେ ବସ ବାସ କରୁଥିବା ସମସ୍ତ ସମୁଦ୍ର ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ଯତ୍ନବାନ ହେବା ଦରକାର। ସେ ଏହି ବାଲୁକା କଳା ମାଧ୍ୟ୍ୟମରେ ରେ Save Ocean ର ବାର୍ତ୍ତା ଦେଇଛନ୍ତି ।
ଏହି ସ୍ୟାଣ୍ଡ ଆର୍ଟ ପାର୍କ ଟି ପୁରୀ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଙ୍କ କରକମାଳରେ ଉଦ୍ଘାଟିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବ ରେ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଜୟନ୍ତୀ ମହାପାତ୍ର,ଏବଂ ବିଶିଷ୍ଟ କବି, ଲେଖକ ଶ୍ରୀ ବଦ୍ରି ମିଶ୍ର ଯୋଗ ଦେଇଥିଲେ