କଟକ ସଦର(୨୦/୧୦)- ବଡେ ପୀର ବାବାଙ୍କ ବାର୍ଷିକ ଉତ୍ସବ ଧୁମଧାମରେ ପ୍ରହରାଜପୁର ଠାରେ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୧୫ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥିଲା। ଓଡିଶା ଏବଂ ଓଡିଶା ବାହାର ରାଜ୍ୟରୁ ଆସିଥିବା ଧର୍ମ ଗୁରୁ ମାନେ ଆସି ଧର୍ମ ପାଠ, କୋରାନ ପାଠ କରିଥିଲେ,ତତ୍ସହିତ ପୀର ବାବାଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଉତ୍ସଵ ରେ ପୀର ବାବା ଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।ଏହି ଉପଲକ୍ଷେ ବାବାଙ୍କ ମଜାର ସରିଫ ରେ ଲଙ୍ଗର (ପ୍ରସାଦ) ର ଆୟୋଜନ କରାଯାଇଥିଲା।ସମସ୍ତେ ଲଙ୍ଗର(ପ୍ରସାଦ) ସେବନ କରିଥିଲେ।୨୦ ତାରିଖ ସକାଳ ସମୟରୁ ୨୧ତାରିଖ ସକାଳ ପର୍ଯ୍ୟନ୍ତ ବାହାରୁ ଆସିଥିବା ମୋଲାନା ଓ ସୋହୋରା ପୀର ବାବାଙ୍କ ଜୀବନୀ ଉପରେ ବିବରଣୀ ପ୍ରଦାନ କରିଥିଲେ।ବାର୍ଷିକ ଉତ୍ସବ କମିଟିର ସମ୍ପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ ଏଵଂ ଆଗାମୀ ଦିନରେ କିପରି ଭାବେ ଆହୁରି ସୁଚାରୁ ରୂପେ ଉତ୍ସବକୁ ପରିଚାଳନା କରାଯିବ ତାପାଇଁ ମଙ୍ଗଳ କାମନା କରିଥିଲେ।ଉକ୍ତ ଉତ୍ସବରେ ବାର୍ଷିକ ଉତ୍ସବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।