ବେଗୁନିଆପଡା, ପୂର୍ବ ଚବିଶି ବର୍ଷ ସରକାରରେ ଯାହା ସବୁ ଘଟିଥିଲା ତାହାକୁ ବର୍ତମାନ ସରକାର ସମୟରେ ଜମା ପ୍ରଶୟ ଦିଆଯିବନି | ସିଧା ସଳଖ ନିର୍ବାଚିତ ପ୍ରତିନିଧିଙ୍କ ଯୋଗାଯୋଗରେ ରୁହନ୍ତୁ, ପ୍ରତ୍ୟେକ କାର୍ଯ୍ୟର ହିସାବ ସାର୍ବଜନୀନ କରିବାକୁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ରୋକଠୋକ ତାଗିଦ କଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ | ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଅଧ୍ୟକ୍ଷତାରେ ମର୍ଦରାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଚତୁର୍ଥ ସମିତି ବୈଠକରେ ସିଧା ସଳଖ ପ୍ରତ୍ୟେକ ବିଭାଗକୁ ତାଗିଦ କଲେ ବିଧାୟକ | ବୈଠକ ପ୍ରାରମ୍ଭରେ ଶିକ୍ଷା ଭଳି ଗୁରୁତ୍ୱପୁର୍ଣ ବିଭାଗ ର ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ନିର୍ବାଚିତ ପ୍ରତିନିଧି | ବିଭାଗୀୟ ଶିକ୍ଷାଧିକାରୀ ରୁଦ୍ର ସାହୁଙ୍କୁ ପ୍ରଶ୍ନ ବାଣରେ ଛନ୍ଦି ଥିଲେ କାଳୀମେଘି ସରପଞ୍ଚ ଅର୍ଚନା ତ୍ରିପାଠୀ,ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ସମିତିସଭ୍ୟ ସନ୍ତୋଷ ସାହୁ,ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ | ଶିକ୍ଷକ ଅଭାବ,ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ କୁ ନେଇ ପ୍ରଶ୍ନ କରିଥିଲେ ସରପଞ୍ଚ | ଏହା ସହ ଛାତ୍ର ଛାତ୍ରୀ ମାନଙ୍କୁ କାହା ମାଧ୍ୟମରେ ଡ୍ରେସ ବଣ୍ଟନ ଦାୟିତ୍ୱ ଦିଆଯାଇଛି ଏଵଂ କେବ ସୁଦ୍ଧା ସମସ୍ତଙ୍କୁ ଡ୍ରେସ ମିଳିବ ସେ ନେଇ ଆଗାମୀ ଦଶ ଦିନ ମଧ୍ୟରେ ନିଜର ରିପୋର୍ଟ ଦେବାକୁ ନିର୍ଧେଶ ଦେଇଥିଲେ ବିଧାୟକ | ପରେ କୃଷି ବିଭାଗ ଭଳି ଆଉ ଏକ ଗୁରୁତ୍ୱପୁର୍ଣ ବିଭାଗକୁ ଦୁଇ ବର୍ଷର ହିସାବ ମାଗିଥିଲେ ବିଧାୟକ | ନିର୍ବାଚିତ ପ୍ରତିନିଧି ମାନଙ୍କ ଫୋନ କଲକୁ ନ ଉଠେଇବା ନେଇ ବିରକ୍ତ ପ୍ରକାଶ କରିଥିଲେ ପିଆରଆଇ ସଦସ୍ୟ | ଏଵଂ ମାଣ୍ଡିଆ କୁ ଭଞ୍ଜନଗର ରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା | ଏହାକୁ ନେଇ ଚୁପ ରହିଥିଲେ ବିଭାଗୀୟ ଅଧିକାରୀ |ଆଗାମୀ ଦିନରେ କୃଷି ବିଭାଗରେ କୌଣସି ତ୍ରୁଟି ବିଚ୍ୟୁତି ଦେଖା ଦେଲେ କୃଷି ଅଧିକାରୀ ରାମଲାଲ ଙ୍କୁ ସସ୍ପେଣ୍ଡ କରିବା ଭଳି ପଦକ୍ଷେପ ନେବାକୁ ଆମେ ବାଧ୍ୟ ହେବୁ ବୋଲି କହିଥିଲେ ମାନ୍ୟବର ବିଧାୟକ | ଏହା ସହ କ୍ଷୁଦ୍ର ଜଳ ସେଚନ ବିଭାଗୀୟ ଯନ୍ତ୍ରୀ ଗଙ୍ଗୁରାମ ଟୁଡୁ ଙ୍କ ଉତ୍ତର ରେ ଅସନ୍ତୋଷ ପ୍ରକାଶ କରି ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଶ୍ନ ର ଉତ୍ତର ରେ ଏକ ଗମ୍ଭୀର ଉତ୍ତର ଦେଇଥିଲେ ଯନ୍ତ୍ରୀ | ସେ କିଛି ଚାପରେ ଥାଇ କାର୍ଯ୍ୟ କରୁଛନ୍ତି ବୋଲି କହିବା ପରେ ଏହାକୁ ନେଇ ବୈଠକରେ କିଛି ସମୟ ପାଇଁ ହୋ ହାଲ୍ଲା ହୋଇଥିଲା | କିନ୍ତୁ କିଏ ଚାପ ପ୍ରୟୋଗ କରୁଛି ସେ ନେଇ କୌଣସି ମତ ରଖି ନଥିଲେ ବିଭାଗୀୟ ଯନ୍ତ୍ରୀ | ତେବେ ବିଭାଗ ର ପ୍ରତ୍ୟେକ କାର୍ଯ୍ୟକୁ ସଠିକ ଢଙ୍ଗରେ କରିବା ସହିତ ସ୍ୱଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ବିଧାୟକ | ମୃତିକା ସଂରକ୍ଷଣ ବିଭାଗରେ ସିଧା ସଳଖ ଅଙ୍ଗୁଳି ନିର୍ଧେଶ କରିଥିଲେ ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ | ସେ କହିଥିଲେ ଯେ ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା କମ, ତେଣୁ ଯେଉଁମାନେ ଏହି ବିଭାଗରେ କାର୍ଯ୍ୟ କରୁଛନ୍ତି ତାର ପରିସୀମା ବଢ଼ାନ୍ତୁ ଯାହା ଫଳରେ ସ୍ୱଛତା ର ସହିତ କାର୍ଯ୍ୟ ହୋଇ ପାରିବ | ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠି ଓ ବୁରୁଝରୀ ପଞ୍ଚାୟତର ସରପଞ୍ଚ ବିନୋଦ ଜେନା ମୃତିକା ବିଭାଗର କାର୍ଯ୍ୟ ଉପରେ ସଂଗୀନ ଆରୋପ ଲଗାଇଥିଲେ | ସେ କହିଥିଲେ ଯେ ତାଙ୍କ ଅଗୋଚରରେ ବୁରୁଝରୀ ପଞ୍ଚାୟତରେ ମୃତିକା ବିଭାଗ ର କାମ କେମିତି ଚାଲୁଛି ଏଵଂ ତାହା ତାଙ୍କୁ ଜଣା ନାହିଁ | ପରବର୍ତୀ ସମୟରେ ଏହି ବିଭାଗର ସମସ୍ତ କାର୍ଯ୍ୟକୁ ସଠିକ ରୂପେ ତୁଲାଇବା ପାଇଁ ନିର୍ଧେଶ ଦେଇଥିଲେ ବିଧାୟକ | ପରେ ଆରଡବ୍ଲୁଏସଏସ ର ଉପ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ନିଜ ବିଭାଗର କାର୍ଯ୍ୟ ସମ୍ବଦ୍ଧିୟ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ | ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସରପଞ୍ଚ ମତବ୍ୟକ୍ତ କରିଥିଲେ | ପରେ ବିଭାଗୀୟ ଯନ୍ତ୍ରୀ ଆରଡବ୍ଲୁଏସଏସ ଉପରେ ଦୋଷ ଲଦି ଦେଇଥିଲେ | ଯେଉଁ କଣ୍ଟ୍ରାକ୍ଟର କାର୍ଯ୍ୟରେ ଅବହେଳା କରୁଛନ୍ତି ତୁରନ୍ତ ତାଙ୍କୁ ବ୍ଲାକ ଲିଷ୍ଟ କରିବାକୁ ଅଧିକାରୀଙ୍କୁ ନିର୍ଧେଶ ଦେଇଥିଲେ ବିଧାୟକ | ମନରେଗା କାର୍ଯ୍ୟ ବର୍ତମାନ ସୁଦ୍ଧା ବେଗୁନିଆପଡା ବ୍ଲକ ରେ ଦଶ ଭାଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ କାହିଁକି ମନେରେଗା ରେ ଶତ ପ୍ରତିଶତ କାର୍ଯ୍ୟ ହୋଇନାହିଁ ସେ ସମ୍ପର୍କରେ ସ୍ପଷ୍ଟ ଉତ୍ତର ରଖି ପାରି ନଥିଲେ ବିଭାଗୀୟ ଅଧିକାରୀ | ବିଭିନ୍ନ ଗାଁ ରେ ଗାଁ ସାଥି ନଥିବା ବେଳେ ଖୁବ ଶୀଘ୍ର କେମିତି ନିଯୁକ୍ତି କରାଯିବ ସେ ନେଇ ନିଜର ମତ ରଖିଥିଲେ ବଡ ଖଇରିଖମା ସରପଞ୍ଚ କାଶୀନାଥ ବେହେରା | ତେବେ ସମସ୍ତଙ୍କ ସହଯୋଗ ଓ ସହବନ୍ଧିତା ରେ ବେଗୁନିଆପଡା ବ୍ଲକ କୁ ଏକ ବିକାଶଶିଳ ବ୍ଲକ ରେ ପରିଣତ କରିବା ସମସ୍ତେ ଚେଷ୍ଟା ଜାରୀ ରଖିବା ଉଚିତ ବୋଲି ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କ ସହଯୋଗ ଲୋଡ଼ିଥିଲେ ବିଧାୟକ | ବୈଠକରେ ସାମାଜିକ ସୁରକ୍ଷା ବିଭାଗ, ଉନ୍ନତି ମୂଳକ କାର୍ଯ୍ୟ, ଜଙ୍ଗଲ ବିଭାଗ ଓ ମଙ୍ଗଳ ସମ୍ପ୍ରସାରଣ ବିଭାଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା | ଏହି ବୈଠକରେ ବିଧାୟକ ଙ୍କ ସମେତ ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ, ବ୍ଲକ ଉପାଧ୍ୟାକ୍ଷ ସୁଧାକର ପ୍ରଧାନ, ବେଗୁନିଆପଡା ବ୍ଲକ ଉନ୍ନୟନ ଅଧିକାରିଣୀ ସସ୍ମିତା ଶତପଥି ଙ୍କ ସମେତ ବ୍ଲକର ତେଇଶି ଟି ପଞ୍ଚାୟତର ଜନ ପ୍ରତିନିଧି, ସମସ୍ତ ବିଭାଗ ର ପ୍ରଶାସନିକ କର୍ମକର୍ତା ଉପସ୍ଥିତ ଥିଲେ |