ବର୍ଷାକୁ ଦେଖି ଚାଷୀ ଛାନିଆ। ପ୍ରଥମେ ନିଅଣ୍ଟିଆ ବର୍ଷା ରେ ଯୁଝି ହୋଇଥିବା ଚାଷୀ ଧାନ ଅମଳ ସମୟରେ ବର୍ଷାକୁ ଦେଖି ଛାନିଆ। ତରବରିଆ ଭାବେ ଧାନ କାଟି ଅମଳ କରୁଛନ୍ତି ଚାଷୀ।ଲଘୁଚାପ ପ୍ରଭାବ ରୁ ଝିପିଝିପ ବର୍ଷା ଆରମ୍ଭ ହୋଇଥିବା ବେଳେ କେଉଁ ଚାଷୀ ଧାନ କାଟି ଚାଷ ଜମିରେ ପକାଇଛି ତ କିଏ କଳେହି ବାନ୍ଧି ରଖିଛି ଘରକୁ ନେବା ପାଇଁ ହେଲେ କାମ କରିବାକୁ ଲୋକ ମିଳୁନଥିବାରୁ ମୁଣ୍ଡରେ ହାତ ଦେଇ ବସି ରହିଛି ଚାଷୀ। ଯଦି ବର୍ଷାର ପରିମାଣ ବଢ଼େ ତେବେ ଚାଷ ଜମିରେ ଧାନ ଗଜା ହେଇଯିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।