ବାଲେଶ୍ୱର ଜିଲ୍ଲା ସୋର ତହସିଲ ଅଧିନ ବାଗୁଡି ଖଞ୍ଜାମହାଲ ପଥର ଖାଦାନର ସ୍ଥିତି ପରଖିଛନ୍ତି ରାଜ୍ୟ ପବ୍ଲିକ୍ ଅଣ୍ଡରଟେକିଂ କମିଟି। ଯଦି ବାଗୁଡି ଖଞ୍ଜାମହାଲ ଖାଦାନକୁ ରାଜ୍ୟ ସରକାର ନିଜ ଅଧୀନରେ ରଖି ପରିଚାଳନା କଲେ, ରାଜକୋଷକୁ କୋଟି କୋଟି ଟଙ୍କା ରାଜସ୍ୱ ଆସି ପାରନ୍ତା । ମାତ୍ର ବେଆଇନ ଭାବେ ଦିନରାତି ଖାଦାନରୁ କୋଟିକୋଟି ଟଙ୍କାର ପଥର ଲୁଟ କରି ମାଫିଆ ମାନେ ଲକ୍ଷପତି ହେଉଥିବା ବେଳେ ରାଜସ୍ୱ ହାନୀ ହେଉଥିବା ନେଇ କମିଟି ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ଖାଦାନ ପାଦଦେଶରେ ଗଢ଼ି ଉଠିଥିବା କ୍ରସର ଗୁଡ଼ିକରେ ଥିବା ସମସ୍ତ ସାମଗ୍ରୀର କାଗଜପତ୍ର ଯାଞ୍ଚ କରାଯାଇ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଲୋଚନା କରାଯିବା ସହିତ ଏ ବାବଦରେ ସମସ୍ତ ତଥ୍ୟ ସଂଗ୍ରହ କରି ବେଆଇନ ଖାଦାନ, ଚୋରା ଚାଲାଣ ବନ୍ଦ କରିବାକୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କ ସହ ଆଲୋଚନା କରିବା ସହିତ ଏହାକୁ ବନ୍ଦ କରିବାକୁ କମିଟି ସଦସ୍ୟମାନେ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସିମୁଳିଆ ବିଧାୟକ ତଥା କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ସମେତ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲାର, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଅଖିଳ ନାୟକଙ୍କ ସମେତ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସ୍‌ପି ରାଜ ପ୍ରସାଦ ଉପସ୍ଥିତ ଥିଲେ । କମିଟି ଯୁଗ୍ମ ସଚିବ ବିଦ୍ୟାଧର ମାଝି, ସେକ୍ସନ ଅଫିସର ରାଜେନ୍ଦ୍ର ପିଟାର ବରଲା, ଦିଲ୍ଲୀପ ମହାନ୍ତି, ସୋର ତହସିଲଦାର ପ୍ରମୁଖ ସମିଲ ଥିଲେ । ବାଲେଶ୍ଵର ସୋର ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଟାଇମ୍ସ ଅଫ କଳିଙ୍ଗ

Leave a Reply

Your email address will not be published. Required fields are marked *