ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକଅନ୍ତର୍ଗତ ବାଣ୍ଠପୁର ଗ୍ରାମ ପଞ୍ଚାୟତ ଠାରୁ ୭ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ର ରାସ୍ତା ଅତିକ୍ରମ ପରେ ଏକ ଆଦିବାସୀ ଜନିତ ଗ୍ରାମ ନେପାଳ ଅବସ୍ଥିତ । ଖବର ନେବାରୁ ଜଣାପଡିଲା ଯେ ନେପାଳ ଗ୍ରାମ ରେ ରେ ନା ଅଛି ଶିକ୍ଷାର ବ୍ୟବସ୍ଥା ନା ଅଛି ସ୍ବାସ୍ଥ୍ୟ ର ବ୍ୟବସ୍ଥା ବହୁ ଅସୁବିଧାର ର ସମ୍ମୁଖୀନ ହୋଇ ଜିବିକା ନିର୍ବାହ କରୁଛନ୍ତି ଗ୍ରାମବାସୀ ମାନେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ସେଠାରେ ଛୋଟ ପିଲା ମାନଙ୍କ ପାଠ ପଢା ହୋଈ ପାରୁନାହିଁ ଜଙ୍ଗଲ ରାସ୍ତା ଦେଇ ଅନ୍ୟ ଗ୍ରାମ କୁ ପାଠ ପଢିବା କୁ ଯିବାକୁ ପଡିଛି ଯାହାକି ଜଙ୍ଗଲ ରାସ୍ତା ହାତୀ ଚଲା ପଥହୋଇଥିବାରୁ ସେ ରାସ୍ତାରେ ଶିଶୁ ମାନେ ସ୍କୁଲ ଯିବାକୁ ଡରୁଛନ୍ତି ସେ ରାସ୍ତା ରେ ଜୀବନ ପ୍ରତି ବିପଦ ଭୟରେ ବାଣ୍ଠପୁର ଗ୍ରାମ ବିଦ୍ୟାଳୟ କୁ ଛାଡ଼ୁ ନାହାଁନ୍ତି ଗ୍ରାମ ବାସି ମାନେ । ସେମାନେ ଚାହୁଁଛନ୍ତି ଯେ ନିଜ ଗ୍ରାମ ରେ ଗୋଟିଏ ବିଦ୍ୟାଳୟ ହୋଇ ପାରିଲେ ସେମାନେ ଶିକ୍ଷାଲାଭ କରି ପାରିବେ ଏବଂ ଗମନା ଗମନ ର ସୁବିଧା ରାସ୍ତା ମରାମତି ହୋଇ ପାରିଲେ ନିଜ ଦୈନଦିନ ଜୀବିକା ସହ ସ୍ବାସ୍ଥ୍ୟ ସମସ୍ୟା ର ସମାଧାନ ପାଇଁ ଡାକ୍ତରଖାନା ଯିବା ପାଇଁ ସୁବିଧା ହେଇପାରିବ ବୋଲି ବାରମ୍ବାର ପ୍ରଶାସନ କୁ ଦାବି କରିଛନ୍ତି ଏହା ସହ ଅର୍ଦ୍ଧନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର କୁ ଯଥା ଶୀଘ୍ର କାମ କରା ଗଲେ ଛୋଟ ପିଲାଙ୍କ ଶିକ୍ଷା ଲାଭ ପାଇବା ପାଇଁ ଉପଯୋଗୀ ହେବ। ବିଦ୍ୟୁତ୍ ସଂଯୋଗ ନାହିଁ ଅଳ୍ପ କିଛି ସୋଲାର ଆଲୋକ ରେ ରାତି ରେ ଘରୁ ବାହାରିବା ବିପଦ ମନେ କରୁଛନ୍ତି । ବାର ବାର ନିବେଦନ କରିବା ସତ୍ତ୍ୱେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇ ପାରୁନାହିଁ। ଯଥା ଶୀଘ୍ର ସେମାନଙ୍କ ଅସୁବିଧା ଦୂର ହୋଈ ପାରିଲେ ଗ୍ରାମ ବାସୀ ଉପକୃତ ହେବେ ବୋଲି କହିଛନ୍ତି ।
ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ରୁ ସଂଗ୍ରାମ କେଶରୀ ମହାନ୍ତି ଙ୍କ ରିପୋର୍ଟ ଟାଇମ୍ସ ଅଫ କଳିଙ୍ଗ।