ଆଜି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଦଗଡ ଓ ଟିକରପଡା ରେ ମେସର୍ସ ଏସାର ମିନିମେଟ ଲିମିଟେଡ ଦ୍ୱାରା ୧୪.୩ ଏମ ଟି ପି ଏ କ୍ଷମତାବିଶିଷ୍ଟ ଆଇରନ ଓର୍ ବେନିଫିକେଶନ ପ୍ରକଳ୍ପ ପାଇଁ ପରିବେଶିୟ ମଞ୍ଜୁରୀ ନିମନ୍ତେ ୧୧ ଟା ସମୟ ରୁ ଜନଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ବାସି ଏହାକୁ ଘୋର ବିରୋଦ୍ଧ କରିଥିଲେ।ପରିସ୍ଥିତି ଏପରି ହୋଇଥିଲା ଯେ ଜନଶୁଣାଣି ପାଇଁ କରାଯାଇଥିବା ଟେଣ୍ଟ ଭିତରକୁ କେହି ନଯାଇ ଛୁଆ ପିଲାଙ୍କୁ ଧରି ଟେଣ୍ଟ ବାହାରେ ବସିରହିଥିଲେ ଶତାଧିକ ପୁରୁଷ ଓ ମହିଳ। ଜିଲା ଆରକ୍ଷୀ ଅଧିକ୍ଷକ, ଜିଲା ପ୍ରଦୂଷଣ ବୋର୍ଡ ର ଅଧିକାରୀ , ଓ ଅନେକ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ ର ପଦାଧିକାରୀ ମାନେ ଉପସ୍ଥିତ ରହି ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣିନଥିଲେ।ଓଲଟି ମଣ୍ଡ ଦେବୁ ପଛେ ଜାଗା ଦେବୁନାଇ କହିବା ସହ କମ୍ପାନୀ ଗୋ ବ୍ୟାକ ର ନାରା ଦେଇଥିଲେ।ପରେ ବାଧ୍ୟ ହୋଇ ପ୍ରଶାସନ ତରଫରୁ ଜନଶୁଣାଣି କୁ ସ୍ତଗିତ ରଖାଯାଇଥିଲା। ଆଉଥରେ ଜନଶୁଣାଣି କୁ ମଧ୍ୟ ସ୍ଥାନୀୟ ଲୋକ ବିରୋଧ କରିଥିବା ଦେଖିବା ପାଇଁ ମିଳିଥିଲା।କୌଣାଷି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ଦ୍ବାରା ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।