କଟକ ସଦର(୧୨/୧) ଶ୍ୱସ୍ତିକ ଫୂଟବଲ କ୍ଲବ ବୋଧପୁର ମଲିଆ ବାଙ୍କ ପଡିଆ ଠାରେ ୩୭ତମ ଦୁଇଦିନିଆ ଯୁଧିଷ୍ଠିର ସାହୁ ଓ କମଳାକାନ୍ତ ପଟ୍ଟନାୟକ ସ୍ମାରକୀ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ୧୬ ଗୋଟି ଦଳ ଭାଗ ନେଇଥିଲେ।ସନ୍ତୋଷ ଏକାଡେମୀ ଓ ବାପୁଜୀ କ୍ଲବ ଦିଘି ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା।ଏଥିରେ ଦିଘି ଚାମ୍ପିଅନ ହୋଇଥିଲା।ମୁଖ୍ୟ ଅତିଥି ଭାବେ ସ୍ୱରୂପ ସୁମନ ଦାସ, ମୁଖ୍ୟ ବକ୍ତା ଚକ୍ରଧର ମାହାଳି, ସମାନୀୟ ଅତିଥି ଭାବେ ମହମ୍ମଦ ଲିଆକତ ଅଲ୍ଲୀ ଯୋଗଦେଇଥିଲେ। ମନମୋହନ ସାହୁ, ଅରବିନ୍ଦ ମହାନ୍ତି, ବିମଳ ଚନ୍ଦ୍ର ପଣ୍ଡା, ବିଚିତ୍ରା ନନ୍ଦ ବେହେରା, ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, ସମିତିସଭ୍ୟା ଭାରତୀ ବିଶ୍ୱାଳ ଓ କ୍ଲବ ର କର୍ମକର୍ତା ବନମାଳୀ ଭୋଇ, ସମୀର ସେନାପତି, ଆଦିତ୍ୟ ଦାସ, ପ୍ରକାଶ ରଥ, ଦିପୁ ସେଠି, ଶଙ୍କର ପଣ୍ଡା, ସନାତନ ଭୋଇ, ସାତତପ ରଥ, ଆନନ୍ଦ ବେହେରା, ବାଦଲ ଭୋଇ, ଚନ୍ଦନ ଭୋଇ, ବବଲୁ ଭୋଇ ଉପସ୍ଥିତ ଥିଲେ।ଉକ୍ତ ପ୍ରତିଯୋଗିତାରେ ବିଜେତା ଦଳ କୁ ନଗଦ ୧୦,୦୦୦ ଟଙ୍କା ଓ ଉପବିଜେତା ଦଳକୁ ୮,୦୦୦ ଟଙ୍କା ପୁରସ୍କାର ଦିଆଯାଇଥିଲା। ଏବଂ ଉକ୍ତ ମ୍ୟାଚ୍ ରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
କଟକ ସଦର ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।

Leave a Reply

Your email address will not be published. Required fields are marked *