କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ର ଶିବାଜୀ ଷ୍ଟାଡିୟମ୍ ପ୍ରାଙ୍ଗଣରେ କଳାହାଣ୍ଡି ଲୋକକଳା ସଂସ୍କୃତି ଓ ପରମ୍ପରା ଐତିହ୍ୟ ମିଳନକୁ ବଜାୟ ରଖିବା ପାଇଁ ଚୁଡ଼ା ପାହାଡ୍ ମଞ୍ଚ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟି ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଉଦ୍ଧଘାଟନୀ ଦିବସରେ ଯୋଗଦେଇ ନୀତି କାନ୍ତି ହିସାବରେ ମଁl ଠାକୁରାଣୀଙ୍କ ମନ୍ଦିରରୁ ମଶାଳ ଯାତ୍ରା ବାହାରି କଳାହାଣ୍ଡି ଉତ୍ସବ ମଞ୍ଚରେ ସ୍ଥାପିତ କରାଯାଇଥିଲା, ପରବର୍ତୀ ସମୟରେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ପ୍ରତିଛବୀରେ ପୁଷ୍ପମାଳ ଦେଇ ପୂଜା ଅର୍ଚ୍ଚନା ସହିତ ଉତ୍ସବକୁ ଶୁଭ ଉଦଘାଟନ କରିଥିଲେ। ଏବଂ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାୟକ, ବୃହସ୍ପତି ସାହୁ,ସୁରଥ ସାହୁ,ବି ଡି ଓ ଶ୍ରୀଧର ପଣ୍ଡା,ତହସିଲଦାର ଚନ୍ଦନ କୁମାର ନାୟକ, ଗଉଁତିଆ ସୁବାଷ ରାଉତ, ଝାକର ବିଟୁ ମାଝୀ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ,କଳାହାଣ୍ଡି ଜିଲ୍ଲା ଜନସଂଗ୍ରାମ ସମିତିର ସଭାପତି ସାଉଲ୍ ମଙ୍ଗରାଜ ମଞ୍ଚାସିନ ହୋଇ କଳାହାଣ୍ଡି ଜିଲ୍ଲା କୁ କଳାହାଣ୍ଡି ନାମରେ ନାମିତ କରିଥିବା ବିଷୟରେ ଉଦବୋଧନ ଦେଇଥିଲେ,ସାମ୍ବାଦିକ ଦାମୁଦର୍ ଦାସ,ସୁଧୀର ସାହୁ,ଗୋଲାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ ସେନାପତି ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ, ପୂର୍ବତନ ବିଧାୟକ ସ୍ବର୍ଗତ ବିରସିପକାଙ୍କ ସୁପୁତ୍ର ପ୍ରିୟବ୍ରତ ସିପକା ମଞ୍ଚରେ ମଞ୍ଚାସିନ ହୋଇ ଉଦବୋଧନ ରଖିଥିଲେ,ପ୍ରଥମେ ଅତିଥି ପରିଚୟ ପ୍ରଧାନ ସହ ସମ୍ବର୍ଦ୍ଧନା କରାଯାଇଥିଲା।ପର୍ଯ୍ୟାୟକ୍ରମେ କଳାହାଣ୍ଡି ଲୋକକଳା ସାଂସ୍କୃତିକ ଘୁମୁରା ବାଦ୍ୟ, ବଜାଶାଲ,ପାଲା, ବନବାଡି, ରାହାସ, ଡାଵ ବାଦ୍ୟ ଭଳି ପରିବେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା କମ୍ବୁପାଣି ମିଶ୍ର ଥିବା ବେଳେ ମଞ୍ଚ ପରିଚାଳନା କରୁଥିଲେ ବିଶ୍ବରଂଜନ ପଣ୍ଡା ।ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଦର୍ଶକ ବନ୍ଦୁଗଣଙ୍କୁ ଧନ୍ୟବାଦ ଅର୍ପଣ କରି ଥିବାର ଦେଖିବାକୁ ମିଳିଥିଲା। ଗୋଲାମୁଣ୍ଡା ବ୍ଲକ୍ ରୁ କୋଦଣ୍ଡ ନାଏକ ଙ୍କ ରିପୋର୍ଟ Time’s of Kalinga

Leave a Reply

Your email address will not be published. Required fields are marked *