ଭବାନୀପାଟଣାରେ ବାଦଲି କିସ କ୍ୟାମ୍ପସ ରେ କିମ୍ସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍ଷ୍ଟି ଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେୁସ୍ (କିମ୍ସ) ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥାଏ । ଏଥିରେ ରୋଗୀମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ସହ କିମ୍ସ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ବାଦିଲିସ୍ଥିତ କିସ୍ ପରିସରରେ କିମ୍ସ୍ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ କିମ୍ସର ବିଭିନ୍ନ ବିଭାଗର ୧୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ସ୍ୱାସ୍ଥ୍ୟର୍କମୀ ଯୋଗଦେଇଥିଲେ। ଏଥିରେ ଲୋକମାନଙ୍କୁ ଚିକିତ୍ସା ପରାମର୍ଶ ସହ ବିନାଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଥିଲା। କଳାହାଣ୍ଡି ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର୍ବାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ଭାରପ୍ରାପ୍ତ ସିଡିଏମଓ ନିହରେନ୍ଦ୍ର ପଣ୍ଡା , ଆଇନଜୀବୀ ପ୍ରିୟରଞ୍ଜନ ବହିଦାର, ପ୍ରାଧ୍ୟାପକ ପ୍ରମୋଦ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସକାଳ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିଥିବା ବେଳେ ଏହି ଶିବିରରେ ୪ହଜାରରୁ ଊର୍ଦ୍ଧ୍ୱ ରୋଗୀ ଯୋଗଦେଇଥିଲେ। ରୋଗୀମାନେ ଦୂରଦୂରନ୍ତରୁ ଆସିଥିବାରୁ ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଥିଲା ମାଗଣା ଡାକ୍ତରୀ ପରାମର୍ଶ ସହ ମାଗଣା ଔଷଧ ଓ ନିଦାନ ପାଇ ଲୋକମାନେ ବେଶ ଉତ୍ସାହିତ ହୋଇଥିଲେ। ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଭଳି ବିଶାଳ ସ୍ବାସ୍ଥ୍ୟ ଶିବିରକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।
Breaking