Wed. Nov 13th, 2024

ଭବାନୀ ପାଟଣା ଠାରେ ଶ୍ରୀ ଗୁରୁ ନାନକ୍ ଙ୍କ ଜନ୍ମ ଦିବସ ପାଳନ ଆରମ୍ଭ

ଭବାନୀ ପାଟଣା ଠାରେ ଶ୍ରୀ ଗୁରୁ ନାନକ୍ ଙ୍କ ଜନ୍ମ ଦିବସ ପାଳନ ଆରମ୍ଭ । ଭବାୀପାଟଣା ଶିଖ ଶ୍ରଦ୍ଧାଳୁ ଓ ଅନ୍ୟ ଶ୍ରଦ୍ଧାଳୁ ଗଣ ଙ୍କ ପ୍ରଭାତ ନଗର କୀର୍ତ୍ତନ ଆରମ୍ଭ। ଆସନ୍ତା ୧୫.୧୧.୨୦୨୪ ଦିନ ଜଗତ ଗୁରୁ ଶ୍ରୀ ଗୁରୁ ନାନାକ ଙ୍କ ଜନ୍ମ ଦିବସ ପାଳନ ପାଇଁ ସବୁ ପ୍ରକାର ର କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି ।ଶିଖ ଶ୍ରଦ୍ଧାଳୁ ଙ୍କ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁ ଗଣ ଭାରି ଖୁସିରେ ଜନ୍ମ ଦିବସରେ ଭାଗ ନେଉଛନ୍ତି । ଆଜି ୦୯.୧୧.୨୦୨୪ ପ୍ରଥମ ଦିନ ରେ ଶ୍ରଦ୍ଧାଳୁ ଗଣ ମିଶି ଗୁରୁଦ୍ୱାରା ସାହିବ ରୁ ପ୍ରଭାତ ନଗର କୀର୍ତ୍ତନ ଆରମ୍ଭ କରି ଛନ୍ତି । ଗୁରୁଦ୍ୱାରା ସାହିବ ରୁ ଦୟାନିଧି ଛକ , ପୁରୁଣା ଗୁରୁଦ୍ୱାରା ସାହିବ ଗାନ୍ଧୀ ଛକ , ସ୍ଟାଚୁ ଛୁକ ,ମନିକେଶ୍ୱରି ଛକ , ପୁଣି ଗୁରୁଦ୍ୱାରା ସାହିବ ରେ ସମାପ୍ତ ହୋଇଅଛି । ଏହା ୧୩.୧୧.୨୦୨୪ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନ କୁ ପରିକ୍ରମଣ କରିବା । ଏହି ପ୍ରଭାତ ନଗର କୀର୍ତ୍ତନ ରେ ବହୁତ୍ ସଂଖ୍ୟାରେ ନର ନାରୀ ଓ ଶିଶୁ ମାନେ ଭାଗ ନେଇ କୀର୍ତ୍ତନ ମଣ୍ଡଳୀ କୁ ରମଣୀୟ ଓ ମଧୁ ମୟ କରି ଥିଲେ । ଅନେକଙ୍କ ମଧ୍ୟରେ ରଜିନ୍ଦର ସିଂହ , ମନମୋହନ ସିଂହ ,ଗୁରୁଚରଣ ସିଂହ ,ଅଶୋକ ସିଂହ , ଇକବାଲ ସିଂହ ,ପରମଜିତ୍ ସିଂହ , ଭୂଳିନ୍ଦର ସିଂହ , ନରେନ୍ଦର ସିଂହ , ପତୱାନ୍ତ ସିଂହ , ପ୍ରଭାତ ନଗର କୀର୍ତ୍ତନ ଦଳରେ ଅଂଶ ଗ୍ରହଣ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

Leave a Reply

Your email address will not be published. Required fields are marked *