ଆଙ୍କର :- ମୋହନା ରୁ ପଡ଼ୋଶୀ ରାଜ୍ୟ କୁ ଗୋରୁ ଚାଲାଣ ହେଉଥିବା ନେଇ ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ଜିରାଙ୍ଗ ଘାଟି ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଧବାର ସକାଳୁ ବଜରଙ୍ଗ ଦଳ କର୍ମୀ ମାନେ ତିନି ଗୋରୁ ବୋଝେଇ ଭ୍ୟାନ ଅଟକାଇ ଥିଲେ | ଉକ୍ତ ଗାଡିରୁ ପ୍ରାୟ ୬୭ ଟି ଗୋରୁ ଉଦ୍ଧାର ହୋଇଥିବାବେଳେ ଏଥିରେ ଦୁଇ ଗୋରୁ ଗୁରୁତର ସହ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ଜଣାପଡିଛି l ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଘଟଣା ସ୍ଥଳରେ ରାୟଗଡ ପୁଲିସ ପହଞ୍ଚି ଉକ୍ତ ତିନି ଗାଡ଼ି ଜବତ କରି ଗୋରୁ ମାନେ କିପରି ସୁରକ୍ଷିତ ଭାବେ ରହିବେ ସେ ଉପରେ ଦୂଷ୍ଟି ଦିଆଯିବା ସହ ଗାଡ଼ି ଡ୍ରାଇଭର ଓ ଜଣେ ଦଲାଲିଙ୍କୁ ଅଟକ ରଖି କେସ୍ ନଂ ୯୧/୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏସ୍ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ କହିଛନ୍ତି |

ବୁଧବାର ସକାଳୁ ମୋହନା ଥାନା ଅଞ୍ଚଳରେ ବାହାର ରାଜ୍ୟ ନମ୍ବରର ତିନୋଟି ଭ୍ୟାନ ରେ ( TN 70 AK 6394, TN 24 BD 9920, KA 41 D 2385) ଗୋରୁ ଭର୍ତି ହୋଇ ଯାଉଥିବା ବଜରଙ୍ଗ ଦଳ କର୍ମୀମାନେ ସୂଚନା ପାଇଥିଲେ l ଏହା ଉପରେ ତୀକ୍ଷ୍ଣ ନଜର ରଖି ଉକ୍ତ ଭ୍ୟାନଗୁଡିକ ରାମଗିରି ଦେଇ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବାବେଳେ ବଜରଙ୍ଗ ଦଳର କର୍ମୀମାନେ ଏହାକୁ ପିଛା କରି ଜିରାଙ୍ଗ ଘାଟି ନିକଟରେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ lଏସ ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଭ୍ୟାନଗୁଡିକୁ ଜବତ କରିବା ସହ ରାୟଗଡ ମିନି ଷ୍ଟାଡିୟମକୁ ନେଇ ସେଠାରେ ଗୋରୁଗୁଡିକୁ ସୁରକ୍ଷିତ ଭାବେ ଓଲ୍ହାଇ ସେମାନଙ୍କ ଖାଦ୍ୟ ପାଣିର ବ୍ୟବସ୍ଥା କରାଇଥିଲେ l ଅଗ୍ନିଶମ ବାହିନୀ ପହଂଚି ପାଣି ମାରି ଗୋରୁ ମାନଙ୍କ ଯତ୍ନ ନେଇଥିଲେ l ସମସ୍ତ ଗୋରୁର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ l ଏଥିରେ ଦୁଇ ଗୋରୁ ଗୁରୁତର ହୋଇଥିବା ବେଳେ ଭ୍ୟାନ ଭିତରେ ଦଳାଚକଟା ଅବସ୍ଥାରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ସହକାରୀ ପ୍ରାଣୀ ଚିକିତ୍ସକ ଡଃ. ଲିମା ମହାନ୍ତି କହିଛନ୍ତି l ଉକ୍ତ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଉକ୍ତ ଗାଡ଼ିର ଡ୍ରାଇଭର ତାମିଲନାଡୁର ଧାମିନପୁର ଗ୍ରାମର ଏମ୍. ବିଜୟ(୩୧), କ୍ରିଷ୍ଣାଗିରି ଗ୍ରାମର ଆର୍. ଶ୍ରୀନିବାସ(୩୫), ବାଙ୍ଗାଲୁରର ଏମ୍. ବସନ୍ତ (୩୨) ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଜଟଣୀର ମୁଖତାର ଖାନ୍ (୪୨) ଅଟକ ରଖି ପୁଲିସ ପଚରାଉଚରା କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।ଏନେଇ ବଜରଙ୍ଗ ଦଳ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ପବିତ୍ର ରଇତ ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏଥିରେ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରିଣୀ ସଭାପତି ଲୋକନାଥ ମିଶ୍ର, ଜିଲ୍ଲା ବଜରଙ୍ଗୀ ଦଳର ସଭାପତି ନାଗେଶ ମହାପାତ୍ର, ନଗର ସଭାପତି ରବୀନ ସାହୁକାର, ନଗର ଗୋସୁରକ୍ଷା ସଂଯୋଜକ ନୀଳାମ୍ବର ପ୍ରଧାନ, ସମ୍ପାଦକ କୁମାର ରେଡି, ଗିନି କୁମାର ରାଓ, ସଂଗ୍ରାମ ମହାରଣାଙ୍କ ସମେତ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ lଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରୁ ସୌମ୍ଯ ରଂଜନ ପଟ୍ଟନାୟକଙ୍କ ରିପୋର୍ଟ