ବାଲିପଡା ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଗ୍ରାମରେ ଡ୍ରେନ କାମକୁ ବିରୋଧ କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ବାଲିପଡା ଠାରୁ କଙ୍କରୋଡା ମୂଖ୍ୟ ରାସ୍ତା ଦେଇ ଯାଉଥିବା ଯାତ୍ରୀ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଅଟକ ଯୋଗୁଁ  ମୂଖ୍ୟ ରାସ୍ତା ରେ ଯାତାୟାତ କରୁଥିବା ସବୁ ଗାଡ଼ି ନିଜର ଦିଗପରିବର୍ତନ କରି ହଇରାଣ ହେଉଛନ୍ତି । ସୂଚନା ଯୋଗ୍ୟ ଯେ PWD ଅଧୀନ ରେ ନିର୍ମାଣ ହେଉଥିବା ଡ୍ରେନର କାର୍ଯ୍ୟ ଅସମ୍ପୂର୍ଣ୍ଣ ଓ ପିଇବା ପାଣି ଯୋଗାଉଥିବା ପାଇପ ଲାଇନ ସମ୍ପୂର୍ଣ ବନ୍ଦ।  ଘରୁ ବହାରିପରୁନାହାନ୍ତି ଲୋକେ, ମୁକୁଳା ଡ୍ରେନ ଖୋଳି ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ  ଓ ବିପଦପୂର୍ଣ୍ଣ ଅବସ୍ଥାରେ । ଡ୍ରେନ ଖୋଳି ପାଣି ପାଇପ୍ ଫାଟିଯିବା ଯୋଗୁଁ ପିଇବା ପାଣି ଆଣିବା ପାଇଁ ଲୋକେ ଦୂରକୁ ଯାଉଛନ୍ତି  । ରୋଡ ରାସ୍ତାର ମରାମତି ନ ହୋଇ ଦୀର୍ଘଦିନ ହେଲାଣି ତେଣୁ ଅନେକ ଦୁର୍ଘଟଣା ଘଟୁଛି । ନିର୍ମାଣ କାର୍ଯ୍ୟ କୁ ବାଧା ଦେଉଛନ୍ତି ଟିକରପଡା ଗ୍ରାମର ୨ଟି ସାହି ବାସିନ୍ଦା । ବୁଝାମଣା ଅଭାବ ରୁ ଦୁଇ ସାହି ଭିତରେ ତିକ୍ତତା,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ  ସଦର ଏସ.ଆଇ. ରାଜକିଶର ପାତ୍ର ଘଟଣା ର ଅନୁଧ୍ୟାନ କରିଥିଲେ ।  କାର୍ଯ୍ୟ ବିଳମ୍ବ କୁ ନେଇ PWD ବିଭାଗ ସହିତ ଆଲେଚନା ଓ ବିଧାୟକଙ୍କ ଦୃଷ୍ଟି ଗୋଚର କରାଇଥିଲେ ସରପଞ୍ଚ ପ୍ରତିନିଧି ଜିତୁ ସେଠି । ଦୁଇ ଦିନ ମଧ୍ୟରେ କର୍ଯ୍ୟ ଆରମ୍ଭ ହୋଇ ଶୀଘ୍ର ଏହି ସମସ୍ୟା ର ସମାଧାନ ହେବ । ଏହି ପ୍ରତିଶୃତି ପାଇଲା ପରେ ରାସ୍ତା ରୋକ ରୁ ହଟିଲେ ଗ୍ରାମବାସୀ ଏବଂ ଯାତାୟାତ ସ୍ଵାଭାବିକ ହେଲା। ବାଲିପଡା ରୁ  ଜି.ରବିନ୍ କୁମାର୍ ଙ୍କ ରିପୋର୍ଟ ଟାଇମ୍ସ ଅଫ କଳିଙ୍ଗ ।

Leave a Reply

Your email address will not be published. Required fields are marked *