Thu. Nov 14th, 2024

ରାୟଗଡ଼ରେ ବୁଲୁଛି ବିରାଟ କାୟ ଅହିରାଜ, ଲୋକେ ଭୟଭୀତ |

Featured Video Play Icon

ଗାଁ ରେ ବୁଲୁଛି ଅହିରାଜ। ଭୟରେ ଲୋକେ ନିକଟରେ ଥିବା ପୋଖରୀ କୁ ଶୌଚ ପାଇଁ ଯାଉଛନ୍ତି ନା ପିଲା ମାନେ ଖେଳି ପାରୁଛନ୍ତି। ସେହି ଅଞ୍ଚଳ ପାଖକୁ ଯିବାକୁ ଭୟ କରୁଛନ୍ତି l ଗତ ଦୁଇ ଦିନ ହେବ ଏଭଳି ଭୟରେ ରହିଛନ୍ତି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସଦର ମହକୁମା ବିଶୋୟୀ ସାହି ବାସିନ୍ଦା ।

ମଙ୍ଗଳବାର ଉକ୍ତ ସାହି ର ଦୁଇ ମହିଳା ନିକଟସ୍ଥ ଥିବା ପୋଖରି କୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଏକ ବିରାଟ ବଡ଼ ସାପ ଦେଖିଥିଲେ। ଭୟରେ ସେମାନେ ପାଟି କରି ଦୌଡ଼ି ଆସିଥିଲେ। ସେମାନଙ୍କ ପାଟି ଶୁଣି ଲୋକେ ସେଠାକୁ ଯାଇ ଦେଖିବା ବେଳେ ସେଠାରେ ପ୍ରାୟ ୧୮ ଫୁଟ ଲମ୍ବା ର ଅହିରାଜ ସାପ ଆଉ ଗୋଟେ ସାପକୁ ଖାଉଥିବା ଦେଖିବାକୁ ମିଳିଥିଲା । ଏହି ସାପ ଟିକୁ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ଉକ୍ତ ଖବର୍ ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା l ଆଜି ସକାଳୁ ସାହି ନିକଟରେ ଥିବା ଭଲିବଲ୍ ପଡିଆରେ ସାପ ଟି ବୁଲାବୁଲି କରିଥିବା ଚିହ୍ନମାନ ଦେଖିବାକୁ ମିଳିଛି l

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରୁ ସୌମ୍ଯ ରଂଜନ ପଟ୍ଟନାୟକଙ୍କ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

Leave a Reply

Your email address will not be published. Required fields are marked *