କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର ଙ୍କ ପକ୍ଷରୁ କଟକ ସଦର ବ୍ଲକ ସ୍ତରୀୟ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରି ସମାଜରେ ଥିବା ସମସ୍ତ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇଦେବା ଶିବିରର ଉଦେଶ୍ୟ ବୋଲି କହିଥିଲେ। ଏହି ଉପଲକ୍ଷେ ସଦର ଵିଡିଓ ଇଂ ପ୍ରତୀକ କୁମାର ସାହୁ ଙ୍କ ସଭାପତିତ୍ବରେ ଏଵଂ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶୁଭାଶିଷ ଶତପଥି ପ୍ରମୁଖ ମଞ୍ଚାସୀନ ଥିଲେ। ଶିବିରରେ ବିଭିନ୍ନ ଵର୍ଗର ୯୯୫ ଜଣ ଭିନ୍ନକ୍ଷମ ସେମାନଙ୍କର ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କର ବିଭାଗୀୟ ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯାଇଛି।
କଟକ ସଦର ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।

Leave a Reply

Your email address will not be published. Required fields are marked *