ଯା ଯଶ ଗାଇ ମୁନିଗଣେ, ସୁଖେ ତରନ୍ତି ଭବବଣେ | ଯେ ହରି ବ୍ରହ୍ମ|ଣ୍ଡ ଭିତରେ, ଲୀଳା ସରାଗେ ଅବତାରେ | ହଁ ଦର୍ଶକ ବନ୍ଧୁ ରାଜ୍ୟରେ ସରକାର ବଦଳିଛି ଭଗବାନ ଙ୍କ ଇଚ୍ଛାରେ |ସେଇଥିପାଇଁ ତ ରାଜ୍ୟସରକାର ଜନସାଧାରଣ ଙ୍କ ପାଇଁ ସବୁବେଳେ ଚିନ୍ତିତ, କିପରି ସାଧାରଣ ଲୋକେ ସବୁପ୍ରକାର ମୌଳିକ ସୁବିଧା ପାଇପାରିବେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ | ରାଜ୍ୟରେ କେବଳ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଶ୍ରମିକ କାର୍ଡ ଉପଲବ୍ଧ ଥିଲା, ନୂତନ ସାରାକର ଉପଲବ୍ଧି କଲେ ଯେ ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ଖାଲି ନିର୍ମାଣ ଶ୍ରମିକ ନୁହେଁ ଅନ୍ୟାନ୍ୟ କର୍ମରେ ମଧ୍ୟ୍ୟ ଲୋକମାନେ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି |ସେଇଥିପାଇଁ ସରକାର ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ମାଧ୍ୟମରେ ବୁଲାବିକାଳୀ, ମାଛଧରାଳି,ମାଳି କିମ୍ବା କ୍ଷୁଦ୍ର ଚାଷୀ ଆଦିଙ୍କୁ ମଧ୍ୟ ପ୍ରୋତ୍ସାହନ ଯୋଗାଇଦେବେ | ପିଲାମାନଙ୍କ ପାଠ ପଢାପାଇଁ ବୃତ୍ତି, ଦୁଇଟି ଝିଅ ଙ୍କ ବାହାଘର ପାଇଁ ସହାୟତା, ଦୈବୀ ଦୁର୍ଘଟଣା ଜନିତ କ୍ଷତି ପାଇଁ ତିନିଲକ୍ଷ୍ୟ ରୁ ଛଲକ୍ଷ୍ୟ ପର୍ଯ୍ୟନ୍ତ ସହାୟତା ପାଇପାରିବେ |ଶ୍ରମକାର୍ଯାଳୟ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସୁକିନ୍ଦା ବ୍ଲକ ର ବିଭିନ୍ନ ଅଂଚଳ ରେ ହିତାଧିକାରୀ ଙ୍କୁ ଅଣସଂଗଠିତ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି | ରାଇଟିକର ରେ କାର୍ଡ ବଣ୍ଟନ ହେଉଥିବା ସମୟରେ, ଶ୍ରମ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି ଯେ ଏହି ଅଣସଂଗଠିତ ଶ୍ରମିକ ପଞ୍ଜିକରଣ ସମ୍ପୂର୍ଣ ନିଃଶୁଳ୍କ ଅଟେ ଏବଂ ଏହାକୁ ପ୍ରତି ତିନିବର୍ଷ ରେ ନବୀକରଣ କରିବାକୁ ପଡିଥାଏ |