ସୋର ବାସୀଙ୍କ ତରଫରୁ ଦୀର୍ଘ ବର୍ଷଧରି ଦାବି ହେଉଥିବା ନୂତନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ଆଜି ଉଦଘାଟିତ ହୋଇଯାଇଛି।ଏହାକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡିଶା ହାଇକୋର୍ଟର ବିଚାରପତି ତଥା ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଥିବା ବିଚାରପତି ବିଭୁ ପ୍ରସାଦ ରାଉତରାୟଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରିଥିଲେ। ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଜ ସତ୍ୟନାରାୟଣ ମିଶ୍ର,ଓଡିଶା ହାଇକୋର୍ଟ ରେଜିଷ୍ଟ୍ରର ଜେନେରାଲ ଅଶାନ୍ତ କୁମାର ଦାସ, ରେଜିଷ୍ଟ୍ରର ଆଡ଼ମିନିଷ୍ଟ୍ରେସନ ଜୀବନ ଜ୍ୟୋତି ରଥ,ମୁଖ୍ୟ ବିଚାରପତିଙ୍କ ପ୍ରମୁଖ ସଚିବ ଆନନ୍ଦ କୁମାର ଦାସ, ସୋରରେ ନୂତନ ଭାବେ ଯୋଗଦାନ କରିଥିବା ଅତିରିକ୍ତ ଜିଲ୍ଲା ଦୌରାଜଜ ମିନାକ୍ଷୀ ଦାସ, ସବଜଜ ଶୀଲା ପ୍ରିୟଦର୍ଶିନୀ ପଣ୍ଡା, ସିଭିଲ ଜଜ୍ ରାକେଶ କୁମାର ସାହୁ ,ପ୍ରଥମ ଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ ରାଜେଶ କୁମାର ଦାସ, ସିଭିଲ କୋର୍ଟ ରେଜିଷ୍ଟ୍ରର ରଞ୍ଜନ କୁମାର ପ୍ରଧାନ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଏବଂ ଏସପି ରାଜ ପ୍ରସାଦ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଆୟୋଜିତ ସଭାକୁ ଓଡିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ସଞ୍ଜୟ ଦାସ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ବିଚାରପତି ଶ୍ରୀ ସିଂ ଏବଂ ବିଚାରପତି ଶ୍ରୀ ରାଉତରାୟଙ୍କୁ ସୋର ବାର ଆସୋସିଏସନ ତରଫରୁ ଉତ୍ତରୀୟ, ଗଣେଷ ମୂର୍ତ୍ତି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ମୁଖ୍ୟ ବିଚାରପତି ଶ୍ରୀ ସିଂ ସୋରରେ ପହଂଚିବା ପରେ ସୋର ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପ ବର୍ଷା କରାଯାଇ ସ୍ୱାଗତ କରାଯିବା ପରେ ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ମୁଖ୍ୟ ବିଚାରପତି ତାଙ୍କ ଭାଷଣରେ ଏ ଭଳି ସ୍ୱାଗତ ଆଗରୁ ତାଙ୍କୁ କେବେ କରାଯାଇ ନ ଥିଲା, ଏଥିରେ ସେ ଅଭିଭୂତ ବୋଲି କହିଥିଲେ ।ଏହି ଅବସରରେ ସୋରରେ ପୋକସୋ କୋର୍ଟ, ଏସସି ଏବଂ ଏସଟି କୋର୍ଟ,ଫେମିଲି କୋର୍ଟ ସର୍କିଟ ଖୋଲିବା ପାଇଁ ଦାବୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୋର ବାର ଆସୋସିଏସନର କାର୍ଯ୍ୟକାରୀ ସଭାପତି ମହାମାୟା ପ୍ରସାଦ ମହାପାତ୍ର, ସମ୍ପାଦକ ବିଜୟକୃଷ୍ଣ ମହାପାତ୍ରଙ୍କ ସମେତ ସମସ୍ତ ଆଇନଜୀବି ଏବଂ କୋର୍ଟର ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ।ଏହି କୋର୍ଟ ଦ୍ୱାରା ସୋର ସମେତ ଖଇରା, ସିମୁଳିଆର ଅଧିବାସୀ ମାନେ ଉପକୃତ ହେବେ। ବାଲେଶ୍ଵର ସୋର ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଟାଇମ୍ସ ଅଫ କଳିଙ୍ଗ