ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ୬୦ ତମ ବାର୍ଷିକ ଉତ୍ସବ କଲେଜ ଅଧକ୍ଷ ଗଜେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ସମ୍ମାନିତ ଅତିଥି ପ୍ରାକ୍ତନ ବିଧାୟକ ପର୍ଶୁରାମ ଧଡ଼ା, ମୁଖ୍ୟବକ୍ତା ଭାବେ ପରିଚାଳନା କମିଟି ସଭାପତି ଡ଼. ଲକ୍ଷ୍ମୀକାନ୍ତ ପାଢ଼ୀ,ବାର୍ଷିକ ଉତ୍ସବ କମିଟି ସଭାପତି ପ୍ରାଧ୍ୟାପକ ରତ୍ନାକର ମୁଦୁଲି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କଲେଜର ମୁଖପତ୍ର “ଶାଶ୍ଵତୀ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜ ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ଦେ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ରାଜଶ୍ରୀ ବେହେରା ଓ ସୁଷମା ମହନ୍ତ ସହଯୋଗ କରିଥିଲେ। ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ସୁରଜ କଲେଜରେ ପହଂଚିବା ପରେ ଏକ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ନୂତନ ଭାବେ ନିର୍ମିତ ବଏଜ ହଷ୍ଟେଲକୁ ଉଦଘାଟନ କରିଥିଲେ। ଏବଂ ତାଙ୍କ ବକ୍ତବ୍ୟରେ କହିଥିଲେ ଦେଶ, ରାଜ୍ୟ ଗଠନ ପାଇଁ ଶୃଙ୍ଖଳିତ ଛାତ୍ର ଛାତ୍ରୀ ଆବଶ୍ୟକ। ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ଧଡ଼ା କଲେଜ ପ୍ରବେଶ ପଥ ଠାରୁ ଦ୍ବିପାରଶ୍ଵିକ ରାସ୍ତା ନିର୍ମାଣ,କଲେଜ ପରିସରରେ କବିବର ରାଧାନାଥ ଗବେଷଣା ପରିଷଦ ନିର୍ମାଣ , ଖେଳ ପଡ଼ିଆର ଉନ୍ନତି କରଣ ଏବଂ ଇଣ୍ଡୋର ଷ୍ଟାଡିଅମର ପୂର୍ଣ୍ଣାଙ୍ଗୀକରଣ ପାଇଁ ମନ୍ତୀ ଶ୍ରୀ ସୁରଜଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା, ମୁଖ୍ୟ କିରାଣୀ ପ୍ରଭାସ ରଞ୍ଜନ ଜେନା, ସୂର୍ଯ୍ୟକାନ୍ତ ମିଶ୍ର,ନରେନ୍ଦ୍ର ମହାଳିକ, ରାଧେଶ୍ୟାମ ବିଶ୍ୱାଳ, ଜୟନ୍ତ ବେହେରା, ସରୋଜ ନାୟକଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଶିକ୍ଷା ଏବଂ ଅଣଶିକ୍ଷା କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଦୁଃଖ ପରିତାପର ବିଷୟ ସଭା ପରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ କୈାଣସି କଥା କୁ ନେଇ ଗଣ୍ଡଗୋଳ ହେଉଥିବାରୁ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଆଣିଥିବା ବେଳେ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଜଣେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପ୍ରସାରଣ ପର୍ଯ୍ୟନ୍ତ ,ଏନେଇ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡିଛି।
ବାଲେଶ୍ଵର ସୋର ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଟାଇମ୍ ଅଫ୍ କଳିଙ୍ଗ