ଅଜମେର ଶରିଫ ରେ ଆୟୋଜିତ ହୋଇଛି ଉର୍ଷ ଉତ୍ସବ। ବିଶ୍ବବ୍ୟାପୀ ପ୍ରସିଦ୍ଧ ଧାର୍ମିକ ତୀର୍ଥସ୍ଥଳୀ ଯେଉଁଥିରେ ସାରା ବିଶ୍ଵର ଲୋକେ ହଜରତ ଖ୍ୱାଜା ଗରିବ ନୱାଜଙ୍କ ପ୍ରତି ସମ୍ମାନ ପ୍ରକଟ କରନ୍ତି। ରାଜସ୍ଥାନର ଅଜମେର ସ୍ଥିତ ହଜରତ ଖ୍ୱାଜା ମୋଇ ଉଦ୍ଦିନ୍ ହସନ୍ ଚିସ୍ତୀ ଙ୍କ ୮୧୩ ତମ ଉର୍ଷ୍ ଉତ୍ସବ ଇସଲାମିକ ମାସ ରଜବ ମାସରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କଟକ ସଦର ବ୍ଲକ୍ ଅନ୍ତର୍ଗତ ସୋମପୁର ପଞ୍ଚାୟତର ଥୋରିଆପଡା ଗ୍ରାମ ସ୍ଥିତ ଜାମା ମସଜିଦରେ ହଜରତ ଖ୍ୱାଜା ଗରିବ ନୱାଜଙ୍କ ଊର୍ଷ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ମସଜିଦର ଇମାମ୍ ହଜରତ ହମଦମ୍ ଶାହିଙ୍କ ଦ୍ଵାରା ଆୟୋଜିତ ଉତ୍ସବରେ ସମଗ୍ର ଗ୍ରାମ ବାସୀ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ମସଜିଦରେ କୁରଆନ୍ ଖାନି ମିଲାଦ ର କାର୍ଯ୍ୟକ୍ରମ ହେବା ପରେ ବାଦେ ଜୋହର ଦୁଆ କରାଯାଇଥିଲା। ଏହି ଅବସରରେ ଗ୍ରାମର ବହୁତ ଛୋଟ ପିଲାଙ୍କ ଠାରୁ ବଡ଼ ଲୋକଙ୍କ ପର୍ଯ୍ୟନ୍ତ ଏହି ଦୁଆରେ ସାମିଲ ହୋଇଥିଲେ। ଏହାପରେ ସମସ୍ତଙ୍କୁ ପ୍ରସ୍ତୁତ ହୋଇଥିବା ପ୍ରସାଦ ସମସ୍ତଙ୍କୁ ବଣ୍ଟା ଯାଇଥିଲା। ଏଭଳି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ବହୁତ ପ୍ରଶଂସା କରିଥିଲେ।
କଟକ ସଦର ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।