ହଡରଭଙ୍ଗା ବ୍ଲକରେ ପିସି କାରବାର। ତା- 04/01/2025 ରିଖ ଶନିବାର ଦିନ ହରଭଙ୍ଗା ବ୍ଲକ ରେ ପିସି କାରବର ନେଇ ବ୍ଲକ ସମୁହରେ ଧାରଣ ଏପରି ଘଟଣା ଘଟିଛି ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ .ଡବଲ ଇଞ୍ଜିନ ସରକାର ସଂପୂର୍ଣ୍ଣ ପିସି କାରବାର ନେଇ ବାହାବାହା ନେଉଥିବାବେଳେ ଏପଟେ ହରଭଙ୍ଗା ବ୍ଲକ ରେ ଜୋରଦାର ଭାବରେ ପିସି କାରବାର ଚାଲିଛି ଏପରି ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୁସଙ୍ଗ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ- ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପ ଜରିଆରେ ଭଗାମୁଣ୍ଡା ମହିଳା ମଣ୍ଡଳ କୋଠାର ଉନ୍ନତି କରଣ ନିମନ୍ତେ ଦୁଇଲକ୍ଷ ପଚାଶ ହଜାର ଓ ମାଉସୀ ମା ମନ୍ଦିର ପାଇ ଦୁଇ ଲକ୍ଷ ପଚାଶ ହଜାର ଅନୁମୋଦିତ ହୋଇଥିଲା ସମୁଦାୟ 5 ଲକ୍ଷ ଟଙ୍କା ର କାମ କରିଥିଲେ ଭଗାମୁଣ୍ଡା ଗ୍ରାମବାସୀ କିନ୍ତୁ କାମର ବିଲ ପାଇଁ ବାରମ୍ବାର ବ୍ଲକ କୁ ଆସି ମଧ୍ୟ ବିଲ୍ ହୋଇପାରିନଥିଲା. ଶେଷରେ ଗ୍ରାମବାସୀ ଯଦି ଆମେ ବିଲ ନ ପାଉ ତାହାହେଲେ ବ୍ଲକ ସମୂହରେ ଆମରଣ ଅନଶନ କରିବୁବୋଲି ଯନ୍ତ୍ରୀ କୁ କହିଥିଲେ ଶେଷରେ ଯନ୍ତ୍ରୀ ଗତକାଲି 3 ଲକ୍ଷ 80 ହଜାର ବିଲ କରିଥିଲେ ଶେଷରେ ଗ୍ରାମବାସୀ ଆମର ଏତେ କମ ବିଲ କେମିତି ହେଲା ପଚାରିବାରୁ ଆମକୁ ଉପରୁ ନିର୍ଦ୍ଦେଶ ଅଛି ଏକ ଲକ୍ଷ ଟଙ୍କା ପିସି ବାବଦ କୁ ରଖିବା ପାଇଁ ବୋଲି ଯନ୍ତ୍ରୀ କହିଥିଲେ .ଯଦି ଏହାର ସଂପୂର୍ଣ୍ଣ ପ୍ରାପ୍ୟ ଆମକୁ ନ ମିଳୀବା ପର୍ଯ୍ୟନ୍ତ ବ୍ଲକ ସମୁହ ରେ ଆମରଣ ଅନଶନ ବସିବୁ ବୋଲି ଚେତାବନୀ ଦେଇଥିଲେ ଓ ଧାରଣ ରେ ବସିଥିଲେ ମଧ୍ୟ ଶେଷରେ ହରଭଙ୍ଗା BDO ଶରତ କୁମାର ସେଠୀ ଆସି ମୋତେ ଦୁଇଦିନ ସମୟ ଦିଅନ୍ତୁ ମୁଁ ତଦନ୍ତ କରି ଆପଣଙ୍କର ପ୍ରାପ୍ୟ ମିଳିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ଶେଷରେ ଵୁଝାସୂଜା ପରେ ଧାରଣ ରୁ ଉଠିଥିଲେ ଯଦି ଏହାର ସମାଧାନ ଦୁଇଦିନ ଭିତରେନ ହୁଏ ଆସନ୍ତା 8 ତାରିଖ ରୁ ପୁର୍ନବାର ଧାରଣା ରେ ବସିବୁ ବୋଲି ଗ୍ରାମବାସୀ କହିଥିଲେ ଗ୍ରାମବାସୀ ଅର୍ଜୁନ ସାହୁ, ପୂର୍ବତନ ସରପଞ୍ଚ ସଂଜିତି ଦେହୁରୀ, ପୂର୍ବତନ ଜିଲ୍ଲାପରିଷଦ ତଥା ଯୁବନେତା ଅବକାଶ ସାହୁ ଓ ଗ୍ରାମର ପୁରୁଷ ମହିଳା ସାମିଲ ହୋଇଥିଲେ

Leave a Reply

Your email address will not be published. Required fields are marked *