ଚଣ୍ଡିଖୋଲ ୨୩/୧୨(ଶ୍ରୁମି)
ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ହୋଲି ଯେଶସ୍ ପବ୍ଲିକ ସ୍କୁଲ ର ୩୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ଅଧ୍ୟକ୍ଷା କାମିନୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଦ୍ୟାଳୟ ପରିସରରେ ମହା ସମାରୋହରେ ଓ ପ୍ରତ୍ତିବଦ୍ଧତାର ସହିତ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ବାଚସ୍ପତି ଡ଼ଃ ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦିଆଗଲେ ଆମେ ଏକ ଶୃଙ୍ଖଳିତ ସମାଜକୁ ଦେଖି ପାରିବା ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ବିଧାୟକ ଅମର କୁମାର ନାୟକ ଯୋଗଦେଇ କହିଲେଯେ,କଠିନ ପରିଶ୍ରମ ମଣିଷକୁ ଉଚ୍ଚତର ସୋପାନରେ ପହଞ୍ଚାଇଥାଏ । ପିଲା ମାନଙ୍କୁ ଭଲ ମଣିଷ ତିଆରି କରି ପାରିଲେ ସମାଜର ପ୍ରଭୁତ ମଙ୍ଗଳ ହେବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । ସମ୍ମାନୀତ ଅତିଥି ଭାବେ ତିରୁପତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼ଃ ହରେକୃଷ୍ଣ ଶତପଥୀ, ବୈଜ୍ଞାନିକ ଡ଼ଃ ଦୀପକ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କର ଭୂମିକା ଅବର୍ଣ୍ଣନୀୟ ବୋଲି କହିଥିଲେ । ଏହି ଅବସରେ ଓଡିଶା ଉଚ୍ଚ ନ୍ୟାୟାଳୟର
ଉପ ରେଜିଷ୍ଟର ଦେଶପ୍ରୀୟ ବାରିକଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହିତ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟତ୍ରୀ ଶୁଭାସିନୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଶିତଲ ପାଟୋଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଗରିକା ଶର୍ମା, ପୁନମ ଭାରତୀ, ନନ୍ଦିତା ଦାସ, କିରଣ ଯାଦବ, ଲକ୍ଷ୍ମୀଧର ମଲ୍ଲିକ, ଦେବାଶିଷ ନାୟକ, ଚନ୍ଦନ କୁମାର ନାୟକ ଓ ଶୁଭଶ୍ରୀ ବେହେରାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।ଶହ ଶହ ଲୋକଙ୍କ ଗହଳରେ ଉତ୍ସଵଟି ଖୁବ୍ ଆକର୍ଷଣୀୟ ଢଙ୍ଗରେ ଉଦଯାପିତ ହୋଇଥିଲା।

ଭାରତ କୁ ବିଶ୍ଵଗୁରୁ କରିବା ପାଇଁ ଯୁବପିଢି ଙ୍କ ଗୁରୁତ୍ଵ ପୁର୍ଣ୍ଣ ଭୂମିକା ରହିଛି।

ଚଣ୍ଡିଖୋଲ ୨୩/୧୨(ଶ୍ରୁମି) ଯୁବକ ମାନଙ୍କ ମଧ୍ୟରେ ସୂର୍ଯ୍ୟ ସମ ଶକ୍ତି ଭରି ରହିଛି। ଏହିଶକ୍ତିକୁ ଉପଯୋଗ କରି ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଆଜିର ଯୁବ ପିଢ଼ି ମାନେ ଆଗେଇ ଆସିବାକୁ ଚଣ୍ଡିଖୋଲ ଡି, ୟୁ ପବ୍ଲିକ ସ୍କୁଲ ର ୧୭ତମ ବାର୍ଷିକ ଉତ୍ସବ ରେ ଯୋଗଦେଇ ଯାଜପୁର ସାଂସଦ ଡକ୍ତର ରବୀନ୍ଦ୍ର ନାରାୟଣ ବେହେର ମତବ୍ୟକ୍ତ କରିବା ସହିତ ଓଡ଼ିଶାର ମହାନ୍ ସଂସ୍କୃତି, ଐତିହ୍ୟ ପରମ୍ପରା ପ୍ରତି ଛାତ୍ର ଛାତ୍ରୀ ମାନେ ଅବଗତ ହେବାପାଇଁ ଆହ୍ଵାନ ସହିତ ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମନ୍ଵୟ ରେ ଶିକ୍ଷାର ଉ
ନ୍ନତୀ ହୋଇପାରିବ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ଵ ବିଦ୍ୟାଳୟ ର ଓଡ଼ିଆ ବିଭାଗର ପ୍ରାଧ୍ୟାପିକ ପ୍ରଫେସର୍ ଡକ୍ଟର ବିଷ୍ଣପ୍ରିୟା ଓଟା ଶିକ୍ଷା ଏକ ଜୀବନ ବ୍ୟାପି ସାଧନା ଏହାର ଶେଷ ନାହିଁ। ପିଲାମାନେ କଠିନ ଅଧ୍ୟବସାୟର, ସମୟlନୁବର୍ତ୍ତିତl, ଶୃଙ୍ଖଳା, ଜୀବନର ଲକ୍ଷ ସ୍ଥିର କରିପାରିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ଡକ୍ତର ଅଶୋକ କୁମାର ମହାପାତ୍ର ପରିବର୍ତ୍ତିତ ବିଶ୍ୱର ଉଚ୍ଚ ବୈଶୟୀକ ଜ୍ଞାନ କୌଶଳ କୁ ଆଧାର କରି ଶିକ୍ଷା ଗ୍ରହଣ କରିବା ସହିତ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିପାରିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ଅନ୍ୟତମ ସନ୍ମନିତାଅତିଥି ଇଁ ଧନେଶ୍ୱର ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ସୁଜାତା ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ନିର୍ଦେଶକ ଡକ୍ଟର ବିଶ୍ୱଜିତ୍ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିନାୟକ ୱେଲ୍ ଫେୟାର ଟ୍ରଷ୍ଟ ପକ୍ଷରୁ ନୁତନ ୱେବ୍ ସାଇଟ୍ ଡି,ୟୁ ଟାଇମ ଓଡ଼ିଶା କୁ ଅତିଥି ମାନେ ଉନ୍ମୋଚିତ କରିଥଲେ। ଉପାଧ୍ୟକ୍ଷl ଡକ୍ଟର ରାଜଶ୍ରୀ ମହାପାତ୍ର ,ଡକ୍ଟର ରଂଜିତ ମହାପାତ୍ର, ପ୍ରିତିମୟୀ ମହାପାତ୍ର, ଗୌରୀ ସୂତାର, ମୈତ୍ରୀ ହୋତା, ରୀନ ସାହୁ, ବିନ୍ଦୁରେଖା ମଲ୍ଲିକ, ଶିକ୍ଷକ ନଳିନୀ କାନ୍ତ ମୁଦୁଲି, ଅନୁରାଗ କାଶ୍ୟପ, ସ୍ମୃତି ରଞ୍ଜନ ଗlହଣ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *