ଯୁଗେ,ଯୁଗେ , ଭଗବାନ ଭକ୍ତ ଙ୍କ ମନବାଞ୍ଛା ପୂର୍ଣ୍ଣ କରିବା ନିମନ୍ତେ ଅନେକ ଜାଗାରେ ବିଭିନ୍ନ ରୂପରେ ଆବିର୍ଭାବ ହୋଇ ଧରାପୃଷ୍ଟ ରେ ପୂଜା ପାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଧିନସ୍ତ ନକଟିକାନି ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଗୁଦୁଡୁଘୁମା ଗ୍ରାମ ସ୍ଥିତ ଭଣ୍ଡାର ଝରନ୍ ଠାରେ ଶିବ ଲିଙ୍ଗ ଉତ୍ପତ୍ତି ହୋଇଥିଲା । ତେଣୁ ସେଠାକାର ଜନସାଧାରଣ ଭକ୍ତି ସହକାରେ ପୂଜା ପାଠ କରିଆସୁଛନ୍ତି । ସେଠାରେ ଝରଣା ପାଣି ର କୁଲୁ,କୁଲୁ ନାଦ , ଅନେକ ପ୍ରଜାତି ପକ୍ଷି ମାନଙ୍କ କିଚିରି ମିଚିରି ଶବ୍ଦ , ବଣ ପାହାଡ଼ ଘେରା ପ୍ରାକୃତିକ ସୋନ୍ଦର୍ଯ୍ୟ ରେ ପରିପୂର୍ଣ ହେତୁ ବହୁ ଦୂର ଦୁରାନ୍ତରରୁ ହଜାର ,ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ନିଜର ମନସ୍କାମନା ପୂର୍ଣ୍ଣ ନିମନ୍ତେ ପୂଜା କରିବା ସହ ପ୍ରାକୃତିକ ସୋଉନ୍ଦର୍ଯ୍ୟ ଉପଭୋଗ କରି ଥାଆନ୍ତି । ବଣଭୋଜି ସମୟ ଆସିଲେ ଅନେକ ଲୋକ ଏଠିକୁ ଆସିଥାନ୍ତି ।ଏହା ଏକ ଦର୍ଶନୀୟ ସ୍ଥାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଗ୍ରାମବାସୀ ଅନେକ ଥର ପ୍ରଶାସନ କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସରକାରୀ ଅନୁଦାନ ମିଳି ନ ଥିବା ଗ୍ରାମବାସି ପ୍ରକାଶ କରିଛନ୍ତି । ଯଦ୍ୱାରା ଏକ କୁଡିଆ ଘରରେ ପୂଜା କରାଯାଊଛି । ତେଣୁ ଏହି ମନ୍ଦିର ନିର୍ମାଣ ନିମନ୍ତେ ସରକାରୀ ଅର୍ଥ ସହାୟତା ପାଇଁ ସନ୍ତୋଷ କୁମାର ମାଝୀ ,ପୂର୍ଣ୍ଣ ଚନ୍ଦ୍ର ସାଗର,ମନ୍ଦିର ପୂଜକ ଶ୍ରୀଯୁକ୍ତ ଭଗତ ରାମ ମାଝୀ, ଶ୍ରୀଧର ମାଝୀ, ରାମେଶ୍ୱର ମାଝୀ, ନରେନ୍ଦ୍ର ମାଝୀ, ଭଜନ ମାଝୀ,ଜନ ସଂଗ୍ରାମ ସମିତି ସଭାପତି ଶ୍ରୀଯୁକ୍ତ ଶାଉଲ୍ ମଙ୍ଗରାଜ , ନକଟିକାନି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଶ୍ରୀଯୁକ୍ତ ମହିରାଜା ମାଝୀ, ପୂର୍ଣ୍ଣ ଚନ୍ଦ୍ର ସାଗର ଏବଂ ଗ୍ରାମବାସି ଙ୍କ ଦାବି ହେଉଛି ।
ଧର୍ମ ଗଡ଼ ଉପଖଣ୍ଡ ରୁ ପିତାମ୍ବର ବେହେରା ଙ୍କ ଟାଇମ୍ କଳିଙ୍ଗ