ବାରିପଦା ବାଘଡା ରୋଡ ସୂର୍ଯ୍ୟନାରାୟଣ ପୂଜା କମିଟି ଦ୍ବାରା ଚଳିତ ବର୍ଷ ୫୮ ବର୍ଷ ଧରି ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇ ଆସୁଅଛି. ପବିତ୍ର ଶାମ୍ବଦଶମୀରେ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି. ବଢାବଳଙ୍ଗ ନଦୀରୁ ଘଟ ଉତ୍ତୋଳନ କରିବା ପରେ ବିରାଟ ଶୋଭାଯାତ୍ରାରେ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ନୃତ୍ୟ ତଥା ଘଣ୍ଟୁଆ ଙ୍କ ଘଣ୍ଟ ତାଳେ ତାଳେ କମିଟି ପକ୍ଷରୁ ଶତାଧିକ ଯୁବକ ଏବଂ ମହିଳା ଏହି ଘଟ ଯାତ୍ରାରେ ସାମିଲ ହୋଇଥିଲେ, ଶାମ୍ବ ଦଶମୀରେ ସୂର୍ଯ୍ଯ ଦେବ ଙ୍କୁ ପୂଜା କଲେ ଦୁଃଖ କଷ୍ଟ ଦୂରହେବା ସହ ପରିବାରରେ ସୁଃଖ ଶାନ୍ତି ଓ ସମୃଦ୍ଧି ପାଇଁ ଏହି ପୂଜା ଦୀର୍ଘ ୫୮ ବର୍ଷ ହେବ ହୋଇଆସୁଛି ବୋଲି ଶ୍ରଦ୍ଧାଳୁ କହିଥିଲେ.

Leave a Reply

Your email address will not be published. Required fields are marked *