ଦୁର୍ଗା ଚରଣ ସ୍ମୃତି ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ପାଳିତ ହୋଇ ଯାଇଛି ।ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଘଟିଥିବା ୧୯୬୫ ମସିହା ଯୁଦ୍ଧ ବିଷୟ ବସ୍ତୁ ଉପରେ ଆଧାରିତ ଦେଶାତ୍ମବୋଧକ ନାଟକ “ଆହୁତି”ମଞ୍ଚସ୍ଥ ହୋଇ ଯାଇଛି ।ଏହି ନାଟକରେ କଳାକାର ମାନେ ପାକିସ୍ତାନ ସରକାରଙ୍କ ଧର୍ମାନ୍ଧତା ଓ ଭାରତରେ କିଭଳି ବିଭିନ୍ନ ଧର୍ମାଲମ୍ବି ମାନେ ଶାନ୍ତିର ସହ ଭାଇଚାରା ବଜାୟ ରଖି ଦେଶ ମାତୃକାର ସେବା ପାଇଁ ପ୍ରାଣବଳି ଦେଇ ଧର୍ମନିରପେକ୍ଷ ନୀତିକୁ ଆପଣେଇ ନେଇଛନ୍ତି ସେ ବିଷୟରେ ନିଖୁଣ ରୂପେ ଅଭିନୟ ମାଧ୍ୟମରେ ପରିବେଷଣ କରିଥିଲେ ।ଏହି ନାଟକକୁ କୃଷ୍ଣ ଚନ୍ଦ୍ର ମିଶ୍ର ରଚନା କରିଥିବା ବେଳେ ବିରେନ୍ଦ୍ର ନାରାୟଣ ଗୋଛିକାର ନିର୍ଦ୍ଦେଶନା ଦେଇଥିଲେ ।ନାଟକର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହି ଉତ୍ସବ ପରିପ୍ରେକ୍ଷୀରେ ଦିବଂଗତ ନାଟ୍ୟକାର ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ପୂର୍ବତନ ଅଧ୍ୟକ୍ଷ ହରିହର ମିଶ୍ର ଓ ନାଟ୍ୟ ନିର୍ଦ୍ଦେଶକ ସୋର୍ଗୀୟ ଦୁର୍ଗା ଚରଣ ଶତପଥୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ବିଶିଷ୍ଟ ସାହିତ୍ୱିକ ରମେଶ ପ୍ରସାଦ ପାଣିଗ୍ରାହୀ,ଚଳଚ୍ଚିତ୍ର ଅଭିନେତା ଦୋଳଗୋବିନ୍ଦ ରଥଙ୍କୁ ସମ୍ମାନିତ କରାଯାଇଥିଲା ।ଅନୁଷ୍ଠାନର ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଶ୍ରିକଣ୍ଠ ମିଶ୍ର ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ ,ସଂପାଦକ ସତ୍ୟ ନାରାୟଣ ଶତପଥୀ ବାର୍ଷିକ ବିବରଣୀ ପଠନ କରିଥିଲେ ଶେଷରେ ଉପ ସଭାପତି ଅରବିନ୍ଦ ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରୀ ରିପୋଟର୍
ଭୀମସେନ୍ ରାଉତ

Leave a Reply

Your email address will not be published. Required fields are marked *