ପୁରୀ ପୌରସଦନ ଠାରେ ଦୁଇଦିନ ବ୍ୟାପି ଷ୍ଟେପ୍ ଅପ ଡାନ୍ସ ଆଣ୍ଡ ଫିଟନେସ ସେଣ୍ଟର ତରଫରୁ ଆୟୋଜିତ ସ୍ଟେପ ଅପ ଫେଷ୍ଟ୍ 2024ଅନୁଷ୍ଠିତ ହୋଇଯାଇଛି।ପ୍ରାୟ 400 ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତା ଭାଗ ନେଇଛନ୍ତି।ନୃତ୍ୟ,ଚିତ୍ରାଙ୍କନ ଓ ଫ୍ୟାନ୍ସି ଡ୍ରେସ ପ୍ରତିଯୋଗୀ ମାନଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା।ପ୍ରଥମ ସନ୍ଧ୍ୟାରେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପୂର୍ବତନ ପ୍ରଶାସନିକ ଅଧିକାରୀ ବିନୋଦ କୁମାର ପଣ୍ଡା,ନାରାୟଣ ଖୁଣ୍ଟିଆ,ଅଭିଜିତ ପଟ୍ଟନାୟକ,ଅନୁଷ୍ଠାନର ସଭାପତି ଭାରତୀ କୃଷ୍ଣ ବ୍ରହ୍ମା,ସମ୍ପାଦକ ସୋମନାଥ ନାୟକ ମଞ୍ଚ ରେ ଉପସ୍ଥିତ ଥିଲେ।ରୋଜାଲିନ ସ୍ୱାଇଁ ଓ ସଞ୍ଜୀବ ରଥଶର୍ମା ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।