ନିଜର ଅଦମ୍ୟ ଚେଷ୍ଟା ଓ କଠିନ ପରିଶ୍ରମ ଦିନେ ମଣିଷକୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥାଏ। ଜନମାନସରେ ପ୍ରିୟ ହୋଇ ଇତିହାସରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରେ ସେହିପରି ଏକ ମହାନ୍ ବ୍ୟକ୍ତିବିଶେଷ ହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ।ଗତ ଡ଼ିସେମ୍ବର ୨୨ ତାରିଖରେ ଓଡ଼ିଶା ରାଜ୍ୟସ୍ତରୀୟ ଓ. ୟୁ. ଜେ ର ୫୩ ତମ ପ୍ରତିଷ୍ଠା ଉତ୍ସବରେ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ସାମ୍ବାଦିକତା ,ସମାଜସେବା,ସାଂଗଠାନିକ ଦକ୍ଷତା ପାଇଁ ଓଡ଼ିଶା ୟୁନିଅନ ଅଫ ଜର୍ଣାଲିଷ୍ଟ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଭାରତ ସରକାରଙ୍କର ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ମାନ୍ୟବର ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନଙ୍କ ଉପସ୍ଥିତିରେ “ଓଡ଼ିଶା ଯୁବ ପ୍ରତିଭା”ସମ୍ମାନରେ ସମ୍ମାନିତ କରିଥିବାରୁ ହଜାର ହଜାର ଅନୁଗାମୀ ତଥା ଗୋଲାମୁଣ୍ଡା ବାସୀ ତରଫରୁ ଏକ ବିଶାଲ ରାଲୀ ମାଧ୍ୟମରେ ଆସି ଶିବାଜୀ ଷ୍ଟାଡିୟମ୍ ଠାରେ ଏକତ୍ରିତ ହୋଇଥିଲେ ଏ ଉପଲକ୍ଷେ ମଞ୍ଚରେ ଉପସ୍ଥିତ ଥିଲେ ପୂର୍ବତନ ଜିଲ୍ଲାପରିଷଦ ବୃଷବ ନାଏକ, ମାନଝରୀ ଗ୍ରାମପଞ୍ଚାୟତ ସରପଞ୍ଚ ଜଗୁଜିବନ ଅଘ୍ରିଆ, ଉଦେଶୃଙ୍ଗ ସରପଂଚ ନାରାୟଣ ଅଘ୍ରିଆ,ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ,ଗଙ୍ଗାଧର ରାଉତ,ସରପଞ୍ଚ ଜୀମୂତ ବାହନ ହରପାଲ୍,ବରିଷ୍ଠ ସାମ୍ବାଦିକ ସୁଧୀର ସାହୁ,ଜଗଦୀଶ ତାଣ୍ଡି, ଜୟଦ୍ରଥ ମହାନନ୍ଦ ଏବଂ ଗଙ୍ଗା ବିଷ୍ଣୁ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ।
ଗୋଲାମୁଣ୍ଡା ବ୍ଲକ୍ ରୁ କୋଦଣ୍ଡ ନାଏକ ଙ୍କ ରିପୋର୍ଟ times of kalinga