ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିରରେ ଆଜି ଟିକିରି କୁ ବ୍ଳକ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଟିକିରି ବ୍ଲକ ମାନ୍ୟତା କ୍ରିୟାନୁଷ୍ଟାନ କମିଟି ର ଆବାହକ ଜଗବନ୍ଧୁ ମାଝୀ ଙ୍କ ଅଦକ୍ଷତାରେ ସଭାପତି ବ୍ଲକ ଅଦକ୍ଷ କଣ୍ଠ ମାଝୀ ଉପ ସଭାପତି ଭଗବାନ ମାଝୀ,ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ଦୁରିଆ,କୋଷାଧ୍ୟକ୍ଷ ନରିସିଂହ ଷଡ଼ଙ୍ଗୀ ଦାୟୀତ୍ବ ତୁଲାଇ କିପରି ଭାବରେ ବ୍ଲକ ପୁର୍ନଗଠନ ହେବ ତାହା ଆଲୋଚନା ହୋଇଥିଲା । ୧୨ ଗୋଟି ଗ୍ରାମ ପଞ୍ଚାୟତ ଯଥା ଟିକିରି, ଗୋରଖପୁର, ଦୁଡ଼ୁକାବାହାଲ, ଶଙ୍କରଡ଼ା , ନକଟିଗୁଡ଼ା , ପୋଡ଼ାପାଡି, ବାଙ୍କାମ୍ବ, କୁଚେଇପଦର୍, ଡଙ୍ଗାଶିଲ୍, ହାଡ଼ିଗୁଡ଼ା, ସିରିପାଇ, କୋଡ଼ିପାରି କୁ ନେଇ ଟିକିରି ବ୍ଲକ ଗଠନ ପାଇଁ ସ୍ଥିର କରାଯାଇଥିବା ଜଣାପଡ଼ିଛି ।ଏହି ୧୨ ଗୋଟି ପଞ୍ଚାୟତର ର ସରପଞ୍ଚ, ନାଏବ୍ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ନେଇ ଏକ କମିଟି ଗଠନ କରାଯାଇଛି ।
ଉପଦେଷ୍ଟା ମଣ୍ଡଳୀ ରେ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, କାଳୀରାମ ମାଝୀ, ବିଦ୍ୟାଧର ଦୂରିଆ, ଡମ୍ବରୁଧର ସାହୁ, ବିଜୟରତ୍ନ ଚୌଧୁରୀ, ସାନ୍ଧୁ ଚରଣ ମାଝୀ, ହରିହର ମିଶ୍ର, ଶିବ ମାଝୀ, ବିଶ୍ଵନାଥ ପୂଝାରୀ, ତେଲି ନାଏକ, ମନୋଜ କୁମାର ବେହେରା, ବିନୋଦ କୁମାର ନାଏକ, ହର ପ୍ରସାଦ ନାୟକ, କୈଳାଶ ଚନ୍ଦ୍ର ନାଏକ, ବିଦ୍ୟାଧର ଗଉଡ, ଗୌରାଙ୍ଗ ଚରଣ ସାହୁ, ରାଜେନ୍ଦ୍ର ଦୁରିଆ, ସଦନ ମାଝୀ, ରେଙ୍ଗୁ ନାଏକ, ନରସିଂହ ସାଉନ୍ତା, ଅମିନ ମାଝୀ, ବିଦ୍ୟାରତ୍ନ ଚୌଧୁରୀ, ନୀଳ ଝୋଡ଼ିଆ, ଉମାକାନ୍ତ ତୁରୁକ୍, ଶ୍ରୀମନ୍ ଖୋସ୍ଲା, ଗୌରାଙ୍ଗ ସାହୁ, ବିଶ୍ଵନାଥ ନାଏକ, ମହେନ୍ଦ୍ର ମାଝୀ, ଦୟାନିଧି ଝୋଡିଆ, ସୁବାସ ନାଏକ, ବନମାଳୀ ମାଝୀ, ପ୍ରେମଲାଲ ସାହୁ, ବଳଭଦ୍ର ନାଏକ, ସୁରେଶ ନାଏକ, ଭାସ୍କର ନାଏକ, ପରମେଶ୍ବର ମାଝୀ ରହିଛନ୍ତି।ଏହି କମିଟି ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଏକ ଦାବି ପତ୍ର ପ୍ରଦାନ କରିବେ।ମୁଖ୍ୟ ଉଦ୍ଦେଶ୍ୟ ବହୁତ ଦିନ ଧରି ଟିକିରି କୁ ବ୍ଳକ ମାନିୟତା ପାଇଁ ଦାବି ହେଇ ଆସୁଥିବା ବେଳେ ପୂର୍ବ ରୁ ୧୧/୨/୨୦୨୪ ଏହି ପରି ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜି ଯାଇ କୈାଣସି ସୁଫଳ ମିଳି ପାରିନାହିଁ। ଯାହା ଫଳ ରେ ପୁନର୍ବାର ଆଜି ଟିକିରି ହନୁମାନ ମନ୍ଦିର ବୈଠକ ଅନୁଷ୍ଠିତ ହୋଇଥିଲା ।
ରାୟଗଡା ଜିଲ୍ଲା କାଶିପୁରରୁ ହୃଷିକେଶ ସାହୁଙ୍କ ରିର୍ପଟ।